Categories: ଜାତୀୟ

ଅଭିଯୁକ୍ତ କନଷ୍ଟେବଳଙ୍କ ମେଡିକାଲ ବିବୃତିକୁ ପ୍ରତ୍ୟାହାର କଲା ରେଲଓ୍ବେ

ନୂଆଦିଲ୍ଲୀ,୩।୮: ଜୟପୁର-ମୁମ୍ବାଇ ଟ୍ରେନ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଆରପିଏଫ୍‌ କନଷ୍ଟେବଳଙ୍କ ଶେଷ ପର୍ଯ୍ୟାୟ ମେଡିକାଲ ରିପୋର୍ଟରେ କୌଣସି ମାନସିକ ରୋଗ ଚିହ୍ନଟ ହୋଇ ନ ଥିବା ବୁଧବାର ରେଳ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ ଏହାର କିଛି ଘଣ୍ଟା ମଧ୍ୟରେ ବିବୃତିିକୁ ପୁଣି ବିଭାଗ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି।

ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) କନଷ୍ଟେବଳ ଚେତନ ସିଂ(୩୩) ଗତ ସୋମବାର ସକାଳେ ପାଲଘର ରେଳଷ୍ଟେଶନ ନିକଟରେ ଚଳନ୍ତା ଟ୍ରେନରେ ତାଙ୍କ ବରିଷ୍ଠ ସହକର୍ମୀ ଟିକା ରାମ ମୀନା ଏବଂ ୩ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ହତ୍ୟା ମାମଲାରେ କନଷ୍ଟେବଳ ଚେତନଙ୍କୁ ପୋଲିସ ଗିରଫ କରିଛି। ଇତିମଧ୍ୟରେ ଚେତନଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବା କୁହାଯାଉଥିଲା। ଏପରିକି କନଷ୍ଟେବଳ ଗୁରୁତର ଚିନ୍ତାଜନିତ ରୋଗରେ ଆକ୍ରାନ୍ତ ଥିବା ଏକ ରିପୋର୍ଟ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଏହି ପରିପ୍ରେକ୍ଷୀରେ ରେଲୱେ ପ୍ରୋଟେକ୍ସନ ଫୋର୍ସ ଅଭିଯୁକ୍ତ କନଷ୍ଟେବଳଙ୍କ ପିରିୟଡିକାଲ ମେଡିକାଲ ପରୀକ୍ଷଣ(ପିଏମ୍‌ଇ) କରାଇଛି। ମେଡିକାଲ ରିପୋର୍ଟରେ କନଷ୍ଟେବଳଙ୍କ କୌଣସି ରୋଗ ଚିହ୍ନଟ ହୋଇ ନ ଥିବା ରେଳ ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଥିଲା। ହେଲେ ଏହାକୁ ପୁଣି ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇଥିବା ରେଳବାଇ ମୁଖପାତ୍ର ସୂଚନା ଦେଇଛନ୍ତି।

Share