ଭୁବନେଶ୍ୱର,୨୮।୬(ବ୍ୟୁରୋ): ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଶ୍ବାସରୁଦ୍ଧ କାରଣରୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି।
ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧ ହୋଇଥିବା ଜଣାପଡିଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଅଭିନେତା ରାଇମୋହନ ଶୁକ୍ରବାର ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହା ପରଠୁ ରାଇମୋହନ କ’ଣ ପାଇଁ ଆତ୍ମହତ୍ୟା କଲେ, ତାହା ଜାଣିବା ପାଇଁ କମିଶନରେଟ ପୋଲିସ ପଚରାଉଚରା ଚଳାଇଥିଲା। ବର୍ତ୍ତମାନ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇଛି।