Categories: ଖେଳ

ଫାଇନାଲ ମ୍ୟାଚ୍‌ରେ ପୁଣି ବର୍ଷା

ଅହମଦାବାଦ,୨୯।୫: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩(ଆଇପିଏଲ୍‌)ର ଫାଇନାଲ ମ୍ୟାଚ୍‌ରେ ପୁଣି ବର୍ଷା ବାଧକ ସାଜିଛି। ଫଳରେ ମ୍ୟାଚ୍‌ ଅଧାରୁ ବନ୍ଦ ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜରାଟ ଟାଇଟନ୍ସ(ଜିଟି) ବ୍ୟାଟିଂ କରି ସାଇ ସୁଦର୍ଶନଙ୍କ ୯୬ ରନ୍‌ ବଳରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୧୪ ରନ୍‌ କରିଛି। ଫଳରେ ଚେନ୍ନାଇ ଆଗରେ ୨୧୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଗୁଜରାଟ।
ସୂଚନାଯୋଗ୍ୟ, ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୩ର ଫାଇନାଲ ମ୍ୟାଚ୍‌ ଥିବା ବେଳେ ବର୍ଷା ଯୋଗୁ ଖେଳ ହୋଇପାରି ନ ଥିଲା। ଫଳରେ ରିଜର୍ଭ ଡେ’ ସୋମବାର ଫାଇନାଲ ମ୍ୟାଚ୍‌ ଖେଳାଯାଉଛି।

 

Share