Categories: ଜାତୀୟ

ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୟୁପିରେ ବି ସ୍ଥିତି ଅସମ୍ଭାଳ, ୨୩ ରାଜ୍ୟକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୦ ।୧୦: ବିଦାୟ ନେଲାଣି ମୌସୁମୀ । ହେଲେ ଅଦିନିଆ ବର୍ଷା ଅଧିକାଂଶ ରାଜ୍ୟର ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଦିଲ୍ଲୀରେ ହୋଇଥିବା ବର୍ଷା ଗତ ୧୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ରବିବାର ସକାଳ ସାଢେ ୮ଟା ସୁଦ୍ଧା ସେଠାରେ ୭୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ୨୦୦୭ ପରେ ଏହି ସମୟରେ ଏହା ସର୍ବାଧିକ ବର୍ଷା ବୋଲି କୁହାଯାଉଛି ।
ପାଣିପାଗ ବିଭାଗ ପକ୍ଷରୁ ବର୍ଷାକୁ ନେଇ ଉତ୍ତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ର ସମେତ ୨୩ ରାଜ୍ୟ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉତ୍ତର ପ୍ରଦେଶର ୪୩ ଜିଲାକୁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ରାଜ୍ୟରେ ଅଧିକାଂଶ ଜିଲାରେ ବର୍ଷା ଯୋଗୁ ୩୪ ଜଣଙ୍କ ଜୀବନ ଗଲାଣି । ଏହି ବର୍ଷାକୁ ଦେଖି ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର, ଗାଜିଆବାଦ, ବୁଲନ୍ଦସର, ହାପୁଡ, ମେରଠ ଓ ଲକ୍ଷ୍ନୌ ସମେତ ପ୍ରାୟ ଦୁଇ ଡଜନ ଜିଲାରେ ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ କରି ଦିଆଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।

Share