ବ୍ରାଜିଲରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ରିଓ ଡି ଜେନେରିଓ,୧୮।୨: ଲଗାଣ ବର୍ଷା ପରେ ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ଘଟି ମୃତ୍ୟୁ ସଂଖ୍ୟା ୧୧୭କୁ ବୃଦ୍ଧି ପାଇଛି। ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି। ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହଛି। ବନ୍ୟାରେ ପେଟ୍ରୋ ସହର ଅଧିକ ପ୍ରଭାବିତ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ବନ୍ୟା ଯୋଗୁ ୭୦୦ରୁ ଅଧିକ ଲୋକଙ୍କୁ ଘର ଛାଡି ସ୍ଥାନୀୟ ବିଦ୍ୟାଳୟରେ ଆଶ୍ରୟ ନେବାକୁ ପଡିଥିଲା। ସୂଚନା ଯୋଗ୍ୟ, ୯୦ ବର୍ଷ ମଧ୍ୟରେ ବ୍ରାଜିଲରେ ଏଭଳି ପ୍ରବଳ ବର୍ଷା ହୋଇ ନ ଥିବା ରେକର୍ଡ କରାଯାଇଛି।

 

Share