Categories: ଖେଳ

ଏସିଆ କପ ଫାଇନାଲ ମ୍ୟାଚ ଉପରେ ବର୍ଷା ସଙ୍କଟ…

କଲମ୍ବୋ,୧୩।୯ : ଏସିଆ କପ ୨୦୨୩ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ମ୍ୟାଚଗୁଡିକରେ ବର୍ଷା ଯୋଗୁ ଅନେକ ବ୍ୟାଘାତ ଘଟିଛି। ୧୭ ସେପ୍ଟମ୍ବରରେ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ଦଳ ସୁପର-୪ ରେ ଶ୍ରୀଲଙ୍କାକୁ ପରାସ୍ତ କରି ଏସିଆ କପ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଯେତେବେଳେ କି ଅନ୍ୟ ଦଳର ନିଷ୍ପତ୍ତି ପାକିସ୍ତାନ ଏବଂ ଶ୍ରୀଲଙ୍କା ମ୍ୟାଚରୁ ଜଣାପଡ଼ିବ।

ବର୍ଷା ଯୋଗୁଁ ଭାରତୀୟ ଦଳ ଲଗାତାର ତୃତୀୟ ଦିନ ମଧ୍ୟ ମ୍ୟାଚ ଖେଳିଥିଲା। ୧୪ ସେପ୍ଟେମ୍ବରରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସୁପର -୪ ମ୍ୟାଚ ଦିନ ପାଗ ଭଲ ରହିବ ବୋଲି ଆଶା କରାଯାଉଛି। ଅନ୍ତିମ ମ୍ୟାଚ ପାଇଁ ପାଗ ବହୁତ ଖରାପ ହୋଇପାରେ। ଏଭଳି ପରିସ୍ଥିତିରେ ରିଜର୍ଭ ଦିନରେ ଟାଇଟଲ ମ୍ୟାଚ ଶେଷ ହେବ ବୋଲି ଆଶା କରାଯାଉଛି।

ଭାରତ ବିପକ୍ଷ ମ୍ୟାଚରେ ହାରିବା ପରେ ବର୍ତ୍ତମାନ ପାକିସ୍ତାନ ଦଳ ଫାଇନାଲରେ ସ୍ଥାନ ପାଇବାକୁ ହେଲେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଜିତିବାକୁ ପଡିବ। ଏଭଳି ପରିସ୍ଥିତିରେ ଯଦି ଖରାପ ପାଗ ଯୋଗୁଁ ଏହି ମ୍ୟାଚ ବାତିଲ ହୁଏ, ତେବେ ଶ୍ରୀଲଙ୍କା ଦଳ ଲାଭ ପାଇବ କାରଣ ସୁପର -୪ ର ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ଦଳର ନେଟ ରନ ହାର ପାକିସ୍ତାନ ତୁଳନାରେ ବହୁତ ଭଲ ରହିଛି। । ଉଭୟ ଶ୍ରୀଲଙ୍କା ଏବଂ ପାକିସ୍ତାନର ୨-୨ ପଏଣ୍ଟ ରହିଛି। ଏହି ମ୍ୟାଚ ପାଇଁ ରିଜର୍ଭ ଦିନ ମଧ୍ୟ ରଖାଯାଇ ନାହିଁ। ସମ୍ପ୍ରତି ଶ୍ରୀଲଙ୍କାର ନେଟ ରନ ହାର -୦.୨୦୦ ଥିବାବେଳେ ପାକିସ୍ତାନର -୧.୮୯୨ ରହିଛି।

Share