Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଉପରେ ବର୍ଷା ସଙ୍କଟ…

ଲକ୍ଷ୍ନୌ,୬।୧୦ : ଟିମ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟି ମ୍ୟାଚ ବିଶିଷ୍ଟ ଏକଦିବସୀୟ ମ୍ୟାଚ୍‌ (ଓଡିଆଇ) ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଖେଳାଯିବ। ଏହି ମ୍ୟାଚ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଅନୁଷ୍ଠିତ ହେବ।୍‌ ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ ୧ ଟା ୩୦ରେ ଆରମ୍ଭ ହେବାର ରହିଛି। କିନ୍ତୁ ବର୍ଷା ଯୋଗୁ ଏହା ଅଧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇପାରେ।

ଉଭୟ ଦଳ ମ୍ୟାଚ ପାଇଁ ଭଲ ଭାବେ ଅଭ୍ୟାସ କରିଛନ୍ତି। ପ୍ରଶଂସକମାନଙ୍କ ଷ୍ଟାଡିୟମରେ ପହଞ୍ଚିବା ଆଶାକୁ ପାଣିପାଗ ଫସର ଫଟାଇବାର ସମ୍ଭାବନା ରହିଛି।

ଆକ୍ୟୁୱେଦର ଅନୁଯାୟୀ ଲକ୍ଷ୍ନୌରେ ଏବେ ବାଦଲ ଭରି ରହିଛି। ଦିନସାରା ବର୍ଷା ହେବାର ସମ୍ଭାବନା ମଧ୍ୟ ଅଛି।
ଏଭଳି ପରିସ୍ଥିତିରେ ମ୍ୟାଚ ପାଇଁ ବର୍ଷା ଏକ ବଡ ସଙ୍କଟ ସୃଷ୍ଟି କରିଛି। ବିସିସିଆଇ ପକ୍ଷରୁ ମ୍ୟାଚ୍‌ରେ ବିଳମ୍ବ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି।

Share