Advertisement

ବର୍ଷା ବିପର୍ଯ୍ୟୟ: ୨୨୨୦ ଘର ଧସିଲା, ୧୧ ହଜାର ଘରେ ଫାଟ, ଶହ ଶହ ଲୋକ ବେଘର…

ଶିମଲା,୨୩।୮ : ହିମାଚଳ ପ୍ରଦେଶରେ ବର୍ଷା ଯୋଗୁଁ ଶହ ଶହ ଲୋକ ବେଘର ହୋଇ ଯାଇଛନ୍ତି। ବର୍ଷା ବିପର୍ଯ୍ୟୟ ନେେଇ ଲୋକମାନେ ରାତିରେ ନିଜ ଘରେ ଶାନ୍ତିରେ ଶୋଇପାରୁ ନାହାଁନ୍ତି। ଜୁନ ୨୪ ରେ ମୌସୁମୀ ରାଜ୍ୟରେ ପ୍ରବେଶ କରିଥିଲା, ସେହି ଦିନଠାରୁ ରାଜ୍ୟର ୨୨୨୦ ଘର ଧସି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରାୟ ୧୧ ହଜାର ଘରେ ଫାଟ ସୃଷ୍ଟି ହୋଇଛି । ସେହିଭଳି ୯୮୧୯ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି ।

ଏହି ରିପୋର୍ଟ ହିମାଚଳ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା ଦ୍ୱାରା ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବର୍ଷା ଏବଂ ଫ୍ଲାସ ବନ୍ୟାରେ ୪୬୯୫ ଗୋଶାଳା ଧୋଇ ହୋଇଯାଇଛି। ବର୍ଷାରେ ୩୦୦ ଦୋକାନ ଭୁଶୁଡି ପଡିଛି। ହିମାଚଳର ଏହି ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୮ ହଜାର ୯୯ କୋଟି ଟଙ୍କା କ୍ଷତି ହୋଇଛି। ବର୍ଷା ଯୋଗୁଁ ୩୪୮ ଜଣଙ୍କର ମୃତ୍ୟୁ ହୋଇଛି।

ହିମାଚଳର ପରିବେଶ ବିଭାଗର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ସୁରେଶ ଅତ୍ରି କହିଛନ୍ତି ଏପରି ପ୍ରବଳ ବର୍ଷା ଆମେ ଆଶା କରି ନ ଥିଲୁ। ଏହା ବହୁତ ଶୀଘ୍ର ଘଟିଲା। ଡିସେମ୍ବର ୨୦୨୧ ରେ ହିମାଚଳ ପ୍ରଦେଶରେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା ଗ୍ରହଣ କରାଯାଇଥିଲା। ଯାହା ୨୦୩୦ ପର୍ଯ୍ୟନ୍ତ ସ୍ଥିର ହୋଇଛି। ସୁରେଶ କହିଛନ୍ତି ଆମେ ନିଶ୍ଚିତ ବିକାଶମୂଳକ କାର୍ଯ୍ୟ ସହ ଜଡିତ ସମସ୍ତ ବିଭାଗ କାର୍ଯ୍ୟ ଯୋଜନା ବିଷୟରେ ଅବଗତ ହେବେ ଏବଂ ସେହି ଅନୁଯାୟୀ କାର୍ଯ୍ୟ କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share