ବରଗଡ଼ ଜିଲାରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

ବରଗଡ଼/ଗାଇସିଲେଟ୍‌/ବରପାଲି/ଅତାବିରା/ପଦ୍ମପୁର, ୩।୮(ପ୍ରେମାନନ୍ଦ ଖମାରୀ/ବେଦପ୍ରକାଶ କଲେତ୍‌/ଚିତ୍ତରଞ୍ଜନ ସାହୁ/
ହୃଷିକେଶ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ୨ଦିନ ହେଲା ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। କେଉଁଠାରେ ପୋଲ ଉପରେ ଆଣ୍ଠୁଏ ପାଣି ବହୁଛି ତ ଆଉ କେଉଁଠି ଡ୍ରେନ ତଥା ରାସ୍ତାଘାଟ ପାଣି ଘରଦ୍ୱାରକୁ ପଶୁଛି । ସେହିପରି କେତେକ ସ୍ଥାନରେ ମାଟିକାନ୍ଥ ଭୁଷୁଡ଼ି ପଡ଼ିଥିବାବେଳେ ଚାଷଜମି ମଧ୍ୟ ଜଳମଗ୍ନ ହୋଇ ପଡ଼ିଛି। କଚାରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଜେପୁର ବ୍ଲକରେ ଘର ଭାଙ୍ଗିଯିବା ଯୋଗୁ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ବର୍ଷା ବିତ୍ପାତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବର୍ଷା ଲାଗି ରହିଥିବାବେଳେ ବୁଧବାର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଯୋଗୁ ଆଗକୁ ଏହି ସମସ୍ୟ ଆହୁରି ବଢ଼ିଯିବା ଆଶଙ୍କା ରହିଛି । ପ୍ରଶାସନିକ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିବାବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳୀ ଖୋଲାଯାଇଛି ।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ସୁଦ୍ଧା ଜିଲାର ଅମ୍ବାଭୋନାରେ ୭୫.୫, ଅତାବିରାରେ ୬୫.୨, ବରଗଡ଼ରେ ୮୫.୬, ବରପାଲିରେ ୧୪୮, ଭଟଲିରେ ୬୦, ଭେଡ଼େନରେ ୯୫.୩, ବିଜେପୁରରେ ୧୮୫, ଗାଇସିଲେଟରେ ୧୭୦, ଝାରବନ୍ଧରେ ୯୮, ପାଇକମାଳ, ୯୪, ପଦ୍ମପୁରରେ ଏବଂ ସୋହେଲାରେ ୧୩୦ ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି । ଏଭଳି ବୃଷ୍ଟିପାତ ଯୋଗୁ ବରପାଲି, ବିଜେପୁର, ଗାଇସିଲେଟ, ଭେଡ଼େନ, ଅତାବିରା ଆଦି ବ୍ଲକର ଲୋକେ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି । ୧୧ୱାର୍ଡ଼ ବିଶିଷ୍ଟ ଉକ୍ତ ଏନଏସି ଅଧିନ ୱାର୍ଡ଼ ନଂ-୧ର କୁଷ୍ଠାବନ୍ଧ ପଡ଼ା, ଜଗନ୍ନାଥ ନଗର, ୱାର୍ଡ଼ ନଂ-୨ ଶାନ୍ତି ନଗର, ଡାକବଙ୍ଗଳା ପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହଥିଲା। ସେହିପରି ଅନେକ ଘରକୁ ପାଣି ମଧ୍ୟ ପଶିଥିଲା । ଏନଏସି ଅଧ୍ୟକ୍ଷ ଦିନେଶ ଗହିରଙ୍କ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ସମ୍ପୃକ୍ତ ଘର ଗୁଡ଼ିକ ମଧ୍ୟରୁ ପାଣି ନିଷ୍କାସନ କରିଥିବାବେଳେ ଜରୁରୀ ଭିତ୍ତିରେ କେତେକ ସ୍ଥାନରେ ନାଳ ମଧ୍ୟ ଖୋଲାଯାଇଥିଲା ।

ସେହିପରି ବିଜେପୁରରୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଘେଁସାଲି ନଦୀ ପୋଲ ଉପରେ ୮ଫୁଟରୁ ଅଧିକ ବନ୍ୟାଜଳ ଯାଉଥିବା ଯୋଗୁ ବିଜେପୁରରୁ ଉକ୍ତ ରାସ୍ତା ଦେଇ ପଦ୍ମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ଅନ୍ୟପକ୍ଷେ ଅଧିକ ବନ୍ୟାଜଳ ଆସିଲେ ସେଠାରେ ରହିଥିବା ନିର୍ମାଣାଧିନ ବ୍ରିଜ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଯାଇଛି। ବିଜେପୁର ବ୍ଲକର ଲାଉମୁଣ୍ଡା, କାଲସେଡ଼େରା ଆଦି ଗ୍ରାମର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ଲାଉମୁଣ୍ଡା ପେଟ୍ରୋଲ ପମ୍ପରେ ଆଣ୍ଠୁଏ ପାଣି ଜମି ରହିଥିବାବେଳେ କାଲସେଡେରା ଗ୍ରାମରେ ଘର ଭାଙ୍ଗିଯିବା ଯୋଗୁ ଶାନ୍ତି କାଲସା, ଗୋପାଳ କାଲସା, ଗଦନ କାଲସା ଆହତ ହୋଇଛନ୍ତି । ଶାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଯୋଗୁ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ସେହିପରି ଅନ୍ୟ ୨ଜଣ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି । ଉକ୍ତ ବ୍ଲକର ଟି. ଗଣ୍ଡପାଲିରେ ଏକ ଜଳାଶୟ(କଁଟା) ଭୁଷୁଡ଼ ପଡ଼ିଥିବା ସୂଚନା ମିଳିଛି ।

ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରା ଏବଂ ଅମସ୍ତଲା ମଧ୍ୟରେ ପ୍ରବାହିତ ଝାଇଁଜୋର୍‌ ନଦୀର ଫେୟାର ୱେଦର ରାସ୍ତା ଧୋଇ ହୋଇଯାଇଛି। ଫଳରେ ବାବେବିରାରୁ ଅମସ୍ତଲା ଅଞ୍ଚଳକୁ ଗମନାଗମନ ବିଚ୍ଛିନ୍ନ ହୋଇ ପଡ଼ିଛି। ଝାଇଁଜୋରରୁ ଉଭୟ ପାର୍ଶ୍ୱରେ ରହିଥିବା ଚାଷଜମି ଜଳମଗ୍ନ ହୋଇ ପଡ଼ିଛି । ପାଲି ବୁଗବୁଗା-ଝିଲିମିଣ୍ଡା ଏବଂ ଭୂତଟିକ୍ରା-ପତ୍ରାପାଲି ନାଳର କଲଭର୍ଟ ଉପରେ ୬ଫୁଟରୁ ଊର୍ଦ୍ଧ୍ୱ ପାଣି ବହୁଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣଟିକ୍ରା-ନଘାପାଲି ବ୍ରିଜ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁ ସେହି ରାସ୍ତାରେ ଯାତାୟାତ ଠପ୍‌ ପଡ଼ି ଯାଇଛି। ଲଗାଣ ବର୍ଷା ଯୋଗୁ ପଦ୍ମପୁର ଉପଖଣ୍ଡ ଲଖମରା, ଚର୍ଦାପାଲି ମଝିରେ ପ୍ରବାହିତ ଅଙ୍ଗନଦୀରେ ଜଳସ୍ତର ବିପଦପୂର୍ଣ୍ଣ ରହିଛି। ଫଳରେ ଡଙ୍ଗା ଚଳାଚଳ ବନ୍ଧ ଥିବା ଯୋଗୁ ଚର୍ଦାପାଲି, ଲୁହୁରାକୋଟ୍‌, ଗୁଣ୍ଡିଚାଡିହି, ଲହଣ୍ଡିପୁର, ଡଙ୍ଗରିଆ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବର୍ଷାଋତୁରେ ଚର୍ଦାପାଲି ପଞ୍ଚାୟତବାସୀ କାଠଡଙ୍ଗା ସାହାଯ୍ୟରେ ଓଡ଼ିଶାକୁ ଆସିଥାନ୍ତି । ଉକ୍ତ ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟ ପାଇକମାଳ, ପୋଲିସ ଥାନା ଝାରବନ୍ଧ ବ୍ଳକର ଜଗଦଲପୁର ଥାନା ଏବଂ ତହସିଲ କାର୍ଯ୍ୟାଳୟ ରାଜବୋଡ଼ାସମ୍ବର ବ୍ଳକର ପଦ୍ମପୁରରେ ରହିଛି । ମାତ୍ର ଯାତାୟାତରେ ଅଙ୍ଗନଦୀ ବାଧକ ସାଜିଛି। ଏଠାରେ ସେତୁ ନିର୍ମାଣାଧୀନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri