Posted inଜାତୀୟ

ହିମାଚଳରେ ବର୍ଷା ବିତ୍ପାତ: ୪୮ ମୃତ

ସିମ୍‌ଲା,୧୪ା୮: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଜାରି ରହିବା ସହ ନଦୀଗୁଡ଼ିକରେ ବନ୍ୟା ଆସିଥିବାରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଭୂସ୍ଖଳନ ଯୋଗୁ ୭୫୨ଟି ରାସ୍ତା ଅବରୋଧ ହେବା ସହ ବହୁ ଘରଦ୍ୱାର ଭାଙ୍ଗିଯାଇଛି। ଶିମଲାର ସୁମେରହିଲ୍‌ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଏକ ଶିବ ମନ୍ଦିର ଭୁଶୁଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଭୂସ୍ଖଳନ ସମୟରେ ମନ୍ଦିରକୁ ପ୍ରାୟ ୫୦ ଜଣ ଲୋକ ପୂଜା କରିବାକୁ ଆସିଥିଲେ। ମନ୍ଦିର ଭଗ୍ନାବଶେଷ ତଳେ ୧୫ ଜଣ ରହିଯାଇଥିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୁଲ୍ଲୁ, କିନ୍ନଉର ଏବଂ ଲହାଉଲ ଓ ସ୍ପିଟିକୁ ଛାଡ଼ିଦେଲେ ଅନ୍ୟ ୯ଟି ଜିଲାରେ ଭୀଷଣ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।
ବାଦଲଫଟା ବର୍ଷା ଯୋଗୁ ରବିବାର ରାତିରେ ସୋଲାନ ଜିଲାର ଜାଡ଼ୋନ ଗ୍ରାମରେ ଗୋଟିଏ ପରିବାରର ୭ ଜଣ ପ୍ରାଣ ହରାଇଛନ୍ତି। ଦୁଇଟି ଘର ଭାସିଯାଇଥିବାବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ସେହିପରି ଜିଲାର ବରେଲା ପଞ୍ଚାୟତରେ ଭୂସ୍ଖଳନରେ ଏକ ଅସ୍ଥାୟୀ ଘର ଭୁଶୁଡ଼ି ପଡ଼ିବାରୁ ୨ ପିଲାଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଜଣକ ମୃତଦେହ ମିଳିଛି। ବନଲରେ ଜଣେ ମହିଳା ଭୂସ୍ଖଳନରେ ପ୍ରାଣ ହରାଇଛନ୍ତି। ହିମାଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌)ର କେତେକ ଟିମ୍‌ ନିୟୋଜିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ବର୍ଷା ବିଭୀଷିକାରେ ବହୁସଂଖ୍ୟାରେ ଲୋକଙ୍କ ଜୀବନ ଯାଇଥିବାରୁ ଶାହା ମର୍ମାହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ

ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି ।...

୧୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ବାଲେଶ୍ୱର, ୧୬।୪(ବାଞ୍ଛାନିଧି ଦେ):ଦୀର୍ଘ ୧୦ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଲେ ମା’। ବହୁ ସଂଘର୍ଷ ପରେ ସେ ତାଙ୍କ...

ମନେପଡ଼ିଲେ ଦେହ ଥରୁଛି: ୧୯୭୮ ଏପ୍ରିଲ ୧୬ ଘୂର୍ଣ୍ଣିଝଡ଼ ବିଭୀଷିକା

ଆନନ୍ଦପୁର,୧୬ା୪(ସୁଶାନ୍ତ କୁମାର ସାହୁ):ସେଦିନ ଥିଲା ଏପ୍ରିଲ ୧୬। ଅପରାହ୍ନ ସମୟରେ ହଠାତ୍‌ କଳାବାଦଲ ଆକାଶରେ ଘୋଟିଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଚାହୁଁ ଚାହୁଁ ପ୍ରଳୟଙ୍କାରୀ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର

ହିଞ୍ଜିଳିକାଟୁ, ୧୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି...

ଏବର୍ଷ ଛେଚିବ ବର୍ଷା, ସ୍ବାଭାବିକଠାରୁ ହେବ ଅଧିକ ବୁଷ୍ଟିପାତ

ନୂଆଦିଲ୍ଲୀ,୧୬।୪(ପି.ଟି.):ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image