କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ

ଭବାନୀପାଟଣା,୩।୮(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ କଳାହାଣ୍ଡି ଜିଲାରେ ଗତ ୩ ଦିନ ହେଲା ବର୍ଷା ଜାରି ରହିଛି। ଜୟପାଟଣା ବ୍ଲକ ବିମଳା ଗଁାର ଲକ୍ଷ୍ମଣ ନାଏକଙ୍କ ହଠାତ୍‌ ଘର ଭୁଶୁଡିଯିବାରୁ ୪ ଝିଅପୁଅ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଥିମଧ୍ୟରୁ ୧୦ ବର୍ଷର ପୁଅ ତୁଷାର ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଲକ୍ଷ୍ମଣ ଘରେ ନ ଥିବାବେଳେ ଏହି ଅଘଟଣ ହୋଇଥିଲା। ଘର ଭିତରେ ଲକ୍ଷ୍ମଣଙ୍କ ସ୍ତ୍ରୀ ଓ ୫ଝିଅ ପୁଅ ରହିଥିଲେ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ତଦନ୍ତ କରି ଫେରିଛନ୍ତି। ସେହିପରି ବିଶେଷ କରି ଜିଲା ସଦରମହକୁମା ଭବାନୀପାଟଣା ସହରରେ ବର୍ଷା ବିପତ୍ାତ ଯୋଗୁ ସ୍ଥାନୀୟ ଲୋକେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଯୋଗୁ ସହରର ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବାବେଳେ ଘରେ ପାଣି ପଶିଯିବା ସହ ପଡାକୁ ଯାଇଥିବା ରାସ୍ତା ସାରା ମଧ୍ୟ ପାଣି ମୟ ହୋଇଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ସହରର ୧୯ ନଂ ୱାର୍ଡ ମଦନମୋହନ ପଡା, ୧୭ ନଂ ୱାର୍ଡ ଓ ୧୮ ନଂ ୱାର୍ଡ ହଲିଆପଡା, ଗୋଦାମ ପଡାବାସୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାକାର ଚାରିଆଡେ ପାଣି ହୋଇଥିବାବେଳେ ମାଟିଘରଗୁଡିକ ଭାଙ୍ଗିଯାଇଛି। ଲୋକଙ୍କ ଘରେ ପାଣି ପଶିଯିବାରୁ ତାଙ୍କ ଚୁଲି ମଧ୍ୟ ବନ୍ଦ ହୋଇଯାଇଛି। ଡ୍ରେନେଜ ବ୍ୟବସ୍ଥା ଫେଲ ଯୋଗୁ ଏପରି ଅସୁବିଧା ହୋଇଛି। ସ୍ଥାନୀୟ ପୌରପାଳିକ ପକ୍ଷରୁ ପ୍ରଭାବିତ ୫୦ ପରିବାରର ୧୮୦ ଲୋକଙ୍କୁ ମନ୍ଦାରବଗିଚା (ମଝିପଡା) ସ୍କୁଲରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି। ବୁଧବାର ପଡାର କ୍ଷତିଗ୍ରସ୍ତ ଲୋକଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି ଯୁବ କଂଗ୍ରେସ ଟିମ୍‌। ତୁରନ୍ତ ପ୍ରଭାବିତ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଜିଲା ପ୍ରଶାସନ ଓ ପୌରପାଳିକାଙ୍କୁ ସେମାନେ ଅନୁରୋଧ କରିଛନ୍ତି। ପରେ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ। ଏହି ସମୟରେ ଜିଲା ଯୁବ କଂଗ୍ରେସ ସଭାପତି ମହମ୍ବଦ ସାହେବ, ରାଜ୍ୟ ସାଧାରଣ ସମ୍ପାଦିକା ମନ୍ଦାକିନୀ ବାଣୁଆ, ଜିଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ, ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ତ୍ରିଲୋଚନ ପାଣିଗ୍ରାହୀ, ଜିଲା ଉପସଭାପତି ପରମାନନ୍ଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜୁନାଗଡ ହାତୀନଦୀରୁ ଆଟିଗଁାକୁ ଯାଉଥିବା ପିଡବ୍ଲୁଡି ରାସ୍ତାର ଚିଚୈଗୁଡା ନିକଟ ଥିବା ନାଳ ଉପରେ ୪ ଫୁଟ୍‌ ବର୍ଷା ପାଣି ପ୍ରବାହିତ ହେଉଛି। ଯାହାଦ୍ୱାରା ଏହି ରାସ୍ତାରେ ଯାତାୟାତ ବାଧାପପ୍ତ ହୋଇଛି। ସ୍ଥାନୀୟ ଲୋକେ ବୁଲି ଚିଚୈଗୁଡା ଛକ ମୁଖ୍ୟ ଜାତୀୟ ରାଜପଥ ସଡକ ଦେଇ ଏବେ ଜୁନାଗଡ, ଭବାନୀପାଟଣାକୁ ଯାତାୟାତ କରୁଛନ୍ତି। ଅନ୍ୟପକ୍ଷରେ କିଛି ଲୋକ ନାଳ ଉପରେ ପାଣି ଚାଲୁଥିଲେ ମଧ୍ୟ ବିପଦସଙ୍କୁଳ ଭାବେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।

Share