ଆଗାମୀ ୫ ଦିନ ଏସମସ୍ତ ଜିଲାରେ ବର୍ଷା, ଜାରିହେଲା ଚେତାବନୀ

ଭୁବନେଶ୍ୱର,୧୭।୧୨: ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ଆଗାମୀ ୩ ଦିନରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ତେବେ ଲଘୁଚାପର କୌଣସି ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେବ। ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ଜାରି ରହିବ। ୧୭ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାରେ ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ବର୍ଷା ପ୍ରଭାବରେ କିଛି ସ୍ଥାନରେ ପାରଦ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି କାହିଁକି ଏମିତି କହିଲେ ମନମୋହନ

ଭୁବନେଶ୍ୱର, ୧୭।୧୨: ଦିଲ୍ଲୀରେ ବିଜେଡି ଏମ୍‌ପିଙ୍କ ଖବରଦାତା ସମ୍ମିଳନୀକୁ ଭାଜପା ପକ୍ଷରୁ କାଉଣ୍ଟର କରାଯାଇଛି। ରାଜ୍ୟ ଭାଜପା ସଭାପତି କାଉଣ୍ଟର କରି କହିଛନ୍ତି, ଠାକୁର ଘରେ...

ରାଜନୀତିରେ ଭାଜପା ବିରୋଧୀ, ଏହା ସତ୍ତ୍ୱେ ‘ଓ୍ବାନ ନେଶନ-ଓ୍ବାନ ଇଲେକ୍ସନ’କୁ କାହିଁକି ସମର୍ଥନ କରୁଛନ୍ତି ଏହି ୪ ଦଳ? 

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ  ‘ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ଇଲେକ୍ସନ୍‌’ ବିଲ୍‌ ଲୋକ ସଭାରେ ଉପସ୍ଥାପିତ ହୋଇଛି। କ୍ଷମତାରେ ଥିବା ଦଳମାନେ ଏହି ବିଲ୍‌କୁ ସମର୍ଥନ କରୁଥିବା ବେଳେ...

ସମୟ ସୀମା ଭିତରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ଆକ୍ସନ୍: ମନ୍ତ୍ରୀ

ଭୁବନେଶ୍ୱର, ୧୭।୧୨: ରାଜ୍ୟରେ ବିଭିନ୍ନ ସ୍ଥାନରେ ଠିକାଦାରମାନେ କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମଙ୍ଗଳବାର...

ହାଇକୋର୍ଟଙ୍କ ବଡ଼ ରାୟ: କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା

ଭୁବନେଶ୍ୱର,୧୭।୧୨: ଓଡ଼ିଶା ପୋଲିସର ବିଭିନ୍ନ ବର୍ଗରେ ବର୍ତମାନ ନିଯୁକ୍ତି ଚାଲିଥିବା ବେଳେ କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ମଙ୍ଗଳବାର ଏକ ମାମଲାର...

ଏମ୍ସକୁ ଦେହ ଭଲ କରିବାକୁ ଯାଇଥିଲେ, ହେଲେ ମିଳିଳା ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୧୭।୧୨: ଭୁବନେଶ୍ୱର ଏମ୍ସ ଅର୍ଥୋପେଡିକ ୱାର୍ଡ ଭିତରେ ଜଣେ ରୋଗୀଙ୍କ ସନ୍ଦେହ ଜନକ ମତ୍ୟୁ ଘଟିଛି। ବେଡ ଉପରେ ଲାଗିଥିବା ଫ୍ୟାନରୁ ରୋଗୀଙ୍କ ଝୁଲନ୍ତା ଅବସ୍ଥାରେ...

ମହାନଦୀରେ ଭାସୁଛି ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କ ମୃତଦେହ 

କଟକ,୧୭।୧୨: ମହାନଦୀରେ ଭାସୁଛି ପୂର୍ବତନ ପ୍ରଫେସରଙ୍କ ମୃତଦେହ। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରେଭେନ୍ସାର ପୂର୍ବତନ...

ସାବାଡ଼ ହେବେ ଶିକାରୀ: ଡେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା

ଭୁବନେଶ୍ୱର,୧୭।୧୨: ସାବାଡ଼ ହେବେ ଶିକାରୀ। ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲାଗିବ ସ୍ପାଏ କ୍ୟାମେରା। ଏନେଇ ବନ ବିଭାଗ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ...

ବଡ଼ଦିନରେ ମଦ ବିକ୍ରି ବନ୍ଦ କରାଯାଉ

ଜୟପୁର,୧୭ା୧୨(ପବନ ପାଣିଗ୍ରାହୀ): ଜୟପୁର ପୌରାଞ୍ଚଳର ୫ ନମ୍ବର ଓ୍ବାର୍ଡର କାଉନ୍‌ସିଲର ବିଭିନ୍ନ ଦାବି ନେଇ କୋରାପୁଟ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଆକାବରମ୍‌ ଶସ୍ୟା ରେଡ୍ଡୀଙ୍କୁ ଦାବିପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri