ଲଘୁଚାପ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା

ଧରାକୋଟ,୨୯ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଗଞ୍ଜାମ ଜିଲାରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା ହୋଇଥିଲା। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପକେଇଛି ତ କେଉଁଠି ଖଳାରେ ଧାନ ଗଦା କରିଛି । ବର୍ଷାରେ ଧାନ ଗଦା, କଳେଇ, ବେଙ୍ଗଳା ଭିଜି ବର୍ଷକର ଫସଲ ଉଜୁଡ଼ିଯିବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ଅନ୍ୟପକ୍ଷରେ ଜିଲାର କେତେକ ସ୍ଥାନରେ ଆଗୁଆ ଧାନ ଫସଲ ଅମଳ କରି ରଖିଥିବା ଚାଷୀ ମଣ୍ଡି ଖୋଲି ନ ଥିବାରୁ ଅଭାବୀ ବିକ୍ରିର ଶିକାର ହୋଇଛି। ବାହାର ବ୍ୟବସାୟୀମାନେ ଏଥିରୁ ଫାଇଦା ଉଠାଉଛନ୍ତି। ସେମାନେ କୁଇଣ୍ଟାଲ ପିଛା ୧୭୦୦/୧୮୦୦ ଟଙ୍କାରେ ଚାଷୀଙ୍କଠାରୁ ଧାନ କିଣୁଛନ୍ତି। ସରକାର ଏଫ୍‌ଏକ୍ୟୁମାନର ଧାନ ମଣ୍ଡିରେ ନେବାକୁ ନିଷ୍ପତ୍ତି ନେଇଥିବାରୁ ଚାଷୀ ନିଜ ଧାନ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି। ସରକାର ନିଷ୍ପତ୍ତି କୋହଳ କରିବାକୁ ଜିଲାର ଚାଷୀମାନେ ଦାବି କରିଛନ୍ତି।

ବର୍ଷାରେ ଭିଜିଲା ଧାନ

 

 


Enter your email to get our daily news in your inbox.

All Right Reserved By Dharitri.Com

୮ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ

ମୋହନା,୨୯।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ରେ ଅପରେସନ ଗ୍ରୀନ କ୍ଲିନ୍‌ ଆରମ୍ଭ ହୋଇଛି।...

ଗଞ୍ଜାମର ପାଟପୁର ଥାନାକୁ ମିଳିଲା ଦେଶର ଶ୍ରେଷ୍ଠ ଥାନା ପୁରସ୍କାର

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ୨ୟ ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲା ପାଟପୁର ଥାନାକୁ ପୁରସ୍କୃତ କରାଯାଇଛି।...

ଦେଶର ପାଓ୍ବାରଫୁଲ ୧୦ ଡିଜି, କାଲି ହେବ ରଣନୀତି, ଶତ୍ରୁପକ୍ଷ…

ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ହେବ ରଣନୀତି। ସାବାଡ ହେବେ ଶତ୍ରୁ। ଟପ୍‌ ପୋଲିସ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରିବେ ଅଜିତ ଡୋଭାଲ। ତାଙ୍କ ନାଁ ଉଣା...

ଦେଓମାଳିରେ ତମ୍ବୁ ଲଗାଇବା ନେଇ କଟକଣା ଜାରି କଲା ପ୍ରଶାସନ

ପଟ୍ଟାଙ୍ଗି୨୯।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ରହିଛି ଦେଓମାଳି ପର୍ଯ୍ୟଟନ ସ୍ଥଳ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବାର ଏବଂ...

ବସିଥିଲେ ମୋଦି, ଏ କ’ଣ କହିଦେଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୨୯।୧୧: ବିିମାନବନ୍ଦରରୁ ସିଧା ସଭାସ୍ଥଳରେ ପହଞ୍ଚିଥିଲେ ମୋଦି । ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ମଞ୍ଚ ଉପରକୁ ମୋଦିଙ୍କୁ ସ୍ବାଗତ କରିଥିଲେ ।...

ନିର୍ବାଚନ ପରେ ସବୁଠୁ ବଡ଼ ଆଟାକ୍‌ କଲେ ମୋଦି! ବିରୋଧୀ ଛାନିଆ…

ଭୁବନେଶ୍ୱର,୨୯।୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ଜୟ...

ବିଦ୍ୟାଳୟ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୪ ବର୍ଷ ଜେଲ୍‌

ବାଲିଗୁଡ଼ା,୨୯ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଭିଜିଲାନ୍ସ ଜଜ୍‌ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବାଲିଗୁଡ଼ା ବ୍ଲକ...

ଓଡ଼ିଆରେ ଏତେ ବଡ଼କଥା କହିଦେଲେ ମୋଦି

ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ସମ୍ବୋଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri