ତୁହାକୁ ତୁହା ବର୍ଷା ସାଙ୍ଗକୁ ଆରମ୍ଭ ହେଲାଣି ପବନ: ସ୍ଥିତି ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର): ସାମୁଦ୍ରିକ ବାତ୍ୟା ଦାନା ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହେଲାଣି। ବ୍ଲକ ପ୍ରଶାସନ ସମ୍ଭାବ୍ୟ ବିପନ୍ନଙ୍କୁ ବ୍ଲକ ପ୍ରଶାସନ ୪୧ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ରଖିଛନ୍ତି। ଅପରାହ୍ନତରେ ଆଇନ, ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିଶ୍ଚିନ୍ତକୋଇଲି ବ୍ଲକରେ ପହଁଛି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ସ୍ଥାନୀୟ ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ମଧ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି।

ସମୀକ୍ଷାରେ ବିଡ଼ିଓ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ଅନିତା ନାୟକ, ସିଡିପିଓ ସତ୍ୟଭାମା ବିଶୋଇ, ଅବିଡିଓ ଅଶୋକ ମହାନ୍ତି, ସହକାରୀ ନିରବହିଜନ୍ତ୍ରି ନଳିନୀ ମହାପାତ୍ରଙ୍କ ସମେତ ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀ, ମେଡିକାଲ ଅଧିକାରୀ, ପାନୀୟଜଳ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ମନ୍ତ୍ରୀ ହରିଚନ୍ଦନ ସମୀକ୍ଷା ପରେ ବୁହାଲୋ କଲ୍ୟାଣୀ ମଣ୍ଡପରେ ଥିବା ଲୋକଙ୍କ ପାଖକୁ ଯାଇ ସେମାଙ୍କ ସୁବିଧା ଅସୁବିଧା ବୁଝିଥିଲେ। କଳାବଜାରୀ ଉପରେ ପ୍ରଶାସନ ଦୁଷ୍ଟି ରଖିଛି। ଦୃଢ କାଯ୍ୟନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଜିରୋ କାଜୁଆୟାଲିଟି ଉପରେ ମୋହନ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରଶାସନ ସଜାଗ ରହିଛି ବୋଲି ମନ୍ତ୍ରୀ ପତିକ୍ରିୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି...

ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର

ଯୋଡ଼ା,୨୪ା୨୦(ମାନସ ମହାନ୍ତି): କେନ୍ଦୁଝର ଜିଲାର ସୁଦୀର୍ଘ ଫ୍ଲାଏ ଓଭର ନିର୍ମାଣର ବର୍ଷେ ନ ପୁରୁଣୁ ବାରମ୍ବାର ଦବୁଛି। ଏହାଦ୍ୱାରା ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗୁରୁବାର...

ପାଠପଢ଼ା ଛାଡି ମଦ କୋଠିରେ ମାତାଲ ଶିକ୍ଷକ: ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା କାଶିବାହାଲ କ୍ଲଷ୍ଟର ଧନସରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ...

ବେଦାନ୍ତ ଆଲୁମିନିୟମର ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ: ୧୦ଟି ବିଦ୍ୟାଳୟର ୩୭୦୦ରୁ ଅଧିକ ଛାତ୍ରୀଛାତ୍ର ସାମିଲ

ଭବାନୀପାଟଣା/ଲାଞ୍ଜିଗଡ଼, ୨୪।୧୦(ଉତ୍ତମ କୁମାର ଦାଶ/ରମେଶ ନାୟକ)- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ଗତ ମାସ ଠାରୁ ‘ସ୍ବର୍ଣ୍ଣ ପ୍ରାଶନ’...

ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼,୨୪।୧୦(ପ୍ରେମାନନ୍ଦ ଖମାରୀ): ଉଠାଜଳସେଚନ ପ୍ରକଳ୍ପ ଏବଂ ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ପ୍ରତିବାଦରେ ବରଗଡ଼ ଜିଲା ଭେଡ଼େନରେ ଗୁରୁବାର ଆନ୍ଦୋଳନ ତେଜି ଉଠିଥିଲା। ଭେଡ଼େନ...

ହିତାଧିକାରୀଙ୍କ ନାଁରେ ଜବ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ: ସରପଞ୍ଚ, ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଲା ଅଭିଯୋଗ

ଜୁନାଗଡ଼,୨୪।୧୦(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର କିଛି ହିତାଧିକାରୀଙ୍କ ନାମରେ ଜବ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ...

‘ଦାନା’ ପ୍ରଭାବ: ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ...

ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ

ଭୋଗରାଇ, ୨୪ l ୧୦( ପ୍ରଦୀପ ଦାସ ): ସାମୁଦ୍ରିକ ଝଡ଼ ଦାନା କୂଳଆଡକୁ ମାଡି ଆସିଛି। ଗୁରୁବାର ସକାଳେ ଝିପିଝିପି ବର୍ଷା ହେଉଥିବାବେଳେ ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri