Posted inଖେଳ

ଅଷ୍ଟ୍ରେଲିଆ ପଥରେ ବର୍ଷା ବାଧା

ଲଣ୍ଡନ, ୩୧।୭: ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଆଶେଷ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପଥରେ ବର୍ଷା ବାଧା ସୃଷ୍ଟି କରିଛି। ଇଂଲଣ୍ଡ ପକ୍ଷରୁ ୩୮୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଷ୍ଟ୍ରେଲିଆ ରବିବାର ୪ର୍ଥ ଦିବସରେ କୌଣସି ଉଇକେଟ ନ ହରାଇ ୧୩୫ ରନ ସଂଗ୍ରହ କରି ନେଇଛି। ବର୍ଷା ହେବାରୁ ଚା’ ବିରତି ପୂର୍ବରୁ ଖେଳ ସମ୍ଭବ ହୋଇନାହିଁ। ଫଳରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଆଉ ୨୪୯ ରନ ଆବଶ୍ୟକ ହେଉଛି।
ତୃତୀୟ ଦିବସର ଅସମାପ୍ତ ସ୍କୋର ୩୮୯/୯ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଆଉ ୧୧ ରନ ଯୋଗକରି ୩୯୫ରେ ଅଲ୍‌ଆଉଟ ହୋଇ ଯାଇଥିଲା। ଜେମ୍ସ ଆଣ୍ଡରସନଙ୍କୁ ଆଉଟ କରି ଟଡ୍‌ ମର୍ଫି ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିଲେ। କ୍ୟାରିୟରର ଶେଷ ଟେଷ୍ଟ ଖେଳୁଥିବା ଷ୍ଟୁଆର୍ଟ ବ୍ରଡ୍‌ ୮ ରନରେ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ମର୍ଫି ୪ଟି ଲେଖାଏ ଉଇକେଟ ନେଇଥିଲେ। ଜୋଶ ହାଜେଲଉଡ୍‌ ଓ ପ୍ୟାଟ୍‌ କୁମିନ୍ସଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଟାର୍ଗେଟକୁ ଚ୍ୟାଲେଞ୍ଜଭାବେ ନେଇଥିଲା ଅଷ୍ଟ୍ରେଲିଆ। ଦୁଇ ଓପନର ଉସମାନ ଖ୍ବାଜା ଓ ଡେଭିଡ ଓ୍ବାର୍ନର ଲଞ୍ଚ୍‌ ବେଳକୁ କୌଣସି ଉଇକେଟ ହରାଇ ଦଳୀୟ ସ୍କୋରକୁ ୭୫ରେ ପହଞ୍ଚାଇଥିଲେ। ଏହାପରେ ୧୪ ଓଭର ଖେଳ ହୋଇଥିବାବେଳେ ବର୍ଷା ଆସିଥିଲା। ଫଳରେ ପଡ଼ିଆକୁ କଭର କରାଯାଇଥିଲା ଏବଂ ଆଗୁଆ ଚା’ ବିରତି ଘୋଷଣା କରାଯାଇଥିଲା। ସେତେବେଳକୁ ଅଷ୍ଟ୍ରେଲିଆ କୌଣସି ଉଇକେଟ ନ ହରାଇ ୧୩୫ ରନ ସଂଗ୍ରହ କରିଥିଲା। ଓ୍ବାର୍ନର ୫୮ ଓ ଖ୍ବାଜା ୬୯ ରନକରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୮୩। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୯୫। ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୯୫। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୧୩୫/୦ (ଡେଭିଡ ଓ୍ବାର୍ନର-୫୮, ଉସମାନ ଖ୍ବାଜା-୬୯)।

ବ୍ରଡ୍‌ଙ୍କୁ ଗାର୍ଡ ଅଫ୍‌ ଅନର

ତୃତୀୟ ଦିବସ ଖେଳ ଶେଷରେ ଅବସର ଘୋଷଣା କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌। ଚତୁର୍ଥ ଦିବସରେ ସେ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ ସମ୍ମାନ ସ୍ବରୂପ ଅଷ୍ଟ୍ରେଲିଆ ଖେଳାଳିମାନେ ତାଙ୍କୁ ଗାର୍ଡ ଅଫ୍‌ ଅନର ଜଣାଇଥିଲେ। ଜେମ୍ସ ଆଣ୍ଡରସନଙ୍କ ସହ ସେ ପଡ଼ିଆକୁ ଓହ୍ଲାଇବାବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ତାଙ୍କୁ ଉତ୍ସାହିତ କରିଥିଲେ। ବ୍ରଡ୍‌ ନିଜ ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ। ସେ ମିଚେଲ ଷ୍ଟାର୍କଙ୍କ ବଲ୍‌କୁ ଏକ ଛକା ମାରିବାପରେ ଆଣ୍ଡରସନ ଆଉଟ ହୋଇ ଯାଇଥିଲେ ଏବଂ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଶେଷ ହୋଇ ଯାଇଥିଲା।
୨୦୦୭ ଡିସେମ୍ବର ୯ରୁ ୧୩ ପର୍ଯ୍ୟନ୍ତ କଲମ୍ବୋରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ବ୍ରଡ୍‌ ଏପର୍ଯ୍ୟନ୍ତ ୧୬୬ଟି ମ୍ୟାଚ ଖେଳି ୬୦୦ ଉଇକେଟ ନେଇଛନ୍ତି। ଗୋଟିଏ ଇନିଂସରେ ୮/୧୫ ଏବଂ ଗୋଟିଏ ମ୍ୟାଚରେ ୧୧/୧୨୧ ହେଉଛି ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର। ସେ ୨୦ ଥର ୫ ଉଇକେଟ ସଫଳତା ପାଇଛନ୍ତି। ଏହାଛଡ଼ା ୩ ଥର ଗୋଟିଏ ଟେଷ୍ଟରେ ୧୦ ଉଇକେଟ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୋଟିଏ ଶତକ ଓ ୧୩ଟି ଅର୍ଦ୍ଧଶତକ ହାସଲ କରିଥିବା ବ୍ରଡ୍‌ ୩୬୪୭ ରନ କରିଛନ୍ତି ଏବଂ ୫୫ଟି କ୍ୟାଚ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri