ଆସନ୍ତାକାଲିଠୁ ବର୍ଷା, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୨୨।୨: ରାଜ୍ୟରେ ଆଜି ୧୮ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର ରହିଛି। ଏଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଅନୁସାରେ, ଶୁକ୍ରବାର ସକାଳ ସାଢେ ୮ଟାରୁ ୨୪ ତାରିଖ ସକାଳ ସାଢେ ୮ଟା ମଧ୍ୟରେ ଉପକୂଳ ଓ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡା ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୨୪ ତାରିଖ ସକାଳ ସାଢେ ୮ଟାରୁ ୨୫ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଓ କନ୍ଧମାଳର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଦକ୍ଷିଣ ଉପକୂଳ ଓ ରାୟଗ କୋରାପୁଟ ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share