ଭଞ୍ଜନଗରରେ ଝଡ ତୋଫାନ ସହ ବର୍ଷା:ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଭାଙ୍ଗିଲା କାର

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ଗ୍ରାମରେ ଶନିବାର ଅପରାହ୍ନରେ ପ୍ରବଳ ଝଡ ତୋଫାନ ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଏକ କାର ଉପରେ ପଡ଼ିଯାଇଛି । ଫଳରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି। ସାରେ ଭଞ୍ଜନଗର ଅଞ୍ଚଳରେ ଝଡ ତୋଫାନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ଚାଳ ଉଡ଼ିଯାଇଛି। ବିଦ୍ୟୁତ ଭାଙ୍ଗିବା ଯୋଗୁ ବିଦ୍ୟୁତ୍‌ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିସହ ଅନ୍ୟାନ୍ୟ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।