ଚିତ୍ରକୋଣ୍ଡା,୧୬ା୩(ଡି.ଏନ୍.ଏ.): ଚୈତ୍ର ଆରମ୍ଭରୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ କିଛି ଦିନ ଧରି ଖରାର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଅଦିନିଆ ବର୍ଷା ସହ କୁଆପଥର ମାଡ଼ ହୋଇଛି। ବର୍ଷା ସାଙ୍ଗକୁ ଦୀର୍ଘ ସମୟ ଧରି ଘଡ଼ଘଡ଼ି ମାରିଛି। ୪୫ ମିନିଟ୍ରୁ ଅଧିକ ସମୟ ଧରି ମଧ୍ୟମ ଧରଣର ବର୍ଷା ହୋଇଥିବା ଜଣାପଡ଼ିଛି।