ଦିଗପହଣ୍ଡି,୧୬ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବିଜୁଳି ଘଡ଼ ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଦିନସାରା ପାଗ ମେଘୁଆ ରହିଥିବା ବେଳେ ସକାଳେ ସାମାନ୍ୟ ବର୍ଷା ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ ୨ ଦିନ ହେଲା ଦିଗପହଣ୍ଡି ଅଞ୍ଚଳରେ ତାତି କମ୍ ରହିଥିଲା। ଗତ ପ୍ରାୟ ୫ ମାସ ହେଲା ବର୍ଷା ହୋଇ ନ ଥିବା ବେଳେ ଗୁରୁବାର ବର୍ଷା ଯୋଗୁ ଚାଷଜମିରେ ମୁଗ ଅମଳ କେତେକାଶଂରେ ପ୍ରଭାବିତ ହେବା ଆଶଂଙ୍କା କରାଯାଉଛି।