Categories: ଖେଳ

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ବାଧକ

କଲମ୍ବୋ,୧୦।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ସୁପର୍‌-୪ରେ ଆଜି ବଡ଼ ମୁକାବିଲା ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଛି ଭାରତ। ଭାରତର ବ୍ୟାଟିଂ ସମୟରେ ପ୍ରବଳ ବର୍ଷା ହେତୁ ମ୍ୟାଚକୁ ବନ୍ଦ କରିବାକୁ ପଡିଛି। ମ୍ୟାଚ ବନ୍ଦ ହେବା ବେଳକୁ ଟିମ ଇଣ୍ଡିଆ ୨୪.୧ ଓଭରରେ ଦୁଇଟି ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ବର୍ତ୍ତମାନ କେଏଲ ରାହୁଲ ୨୮ ବଲରେ ୧୭ ରନ ସହ ବିରାଟ କୋହଲ ୧୬ ବଲରେ ୮ ରନ ସହ ବ୍ୟାଟିଂ କରୁଛନ୍ତି। ତୃତୀୟ ଉଇକେଟ ପାଇଁ ଏପର୍ଯ୍ୟନ୍ତ ୩୮ଟି ବଲରେ ୨୪ ରନର ଭାଗିଦାରୀ ହୋଇଛି। ଆସନ୍ତାକାଲି ଏହି ମ୍ୟାଚ ପାଇଁ ରିଜର୍ଭ ଦିନ ଭାବେ ରଖାଯାଇଛି । ଯଦି ଏହା ପରେ ମ୍ୟାଚ ଆରମ୍ଭ ନ ହୁଏ, ତେବେ ଭାରତୀୟ ଦଳ କାଲି ୨୪.୧ ଓଭରରୁ ବ୍ୟାଟିଂ ଆରମ୍ଭ କରିବ।
ଏହାପୂର୍ବରୁ ପ୍ରେମାଦାସା ଷ୍ଟାଡିୟମରେ ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କ ଘଡ ଦେଖିବାକୁ ମିଳିଥିଲା। ପ୍ରଥମ ଉଇକେଟ ପାଇଁ ରୋହିତ ଏବଂ ଶୁବମନ ୧୨୧ ରନର ଭାଗିଦାରୀ କରିଥିଲେ। ଶାଦବ ଖାନ ଅଧିନାୟକ ରୋହିତଙ୍କୁ ଆଉଟ୍‌ କରିଥିଲେ। ହିଟମ୍ୟାନ ତାଙ୍କର ୫୦ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬ଟି ଚୌକା ଓ ୪ ଛକା ସହାୟତାରେ ୪୯ ବଲରେ ୫୬ ରନ ଖେଳିଥିଲେ। ଏଥି ସହିତ ଶୁଭମାନ ତାଙ୍କ ଦିନିକିଆ କ୍ୟାରିୟରର ଅଷ୍ଟମ ଅର୍ଦ୍ଧଶତକ ହାସଲ କରିଥିଲେ। ଶାହିନ ଆଫ୍ରିଦି ତାଙ୍କୁ ସଲମାନ ଧରିଥିଲେ। ୧୦ ଚୌକା ସହାୟତାରେ ୫୨ ବଲରେ ୫୮ ରନ ସ୍କୋର କରିବା ପରେ ଶୁଭମନ ଆଉଟ ହୋଇଥିଲେ।

Share