ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗତ ୩ ଦିନ ଧରି ଲଘୁଚାପ ଲଗାଣ ବର୍ଷା ଯୋଗୁ ଏମ୍ଭି ୯୦, ଏମ୍ଭି ୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ ଓ ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇ ପୋଲ ଉପରେ ୫ ଫୁଟ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଛି।
ଶୁକ୍ରବାର ବର୍ଷା ପରିମାଣ କିଛିଟା କମିଥିବା ବେଳେ ରବିବାର ଏମ୍ଭି ୯୬ ନଦୀ ବ୍ୟତୀତ ଅନ୍ୟ ସମସ୍ତ ନଦୀ ପୋଲ ଉପରୁ ଜଳ କମିବାରେ ଲାଗିଛି। ଫଳରେ ଯାତାୟାତ ସ୍ବାଭାବିକ ହୋଇଛି। ପୋଟେରୁ ନଦୀ ପୋଲର କିଛି ଅଂଶ ବର୍ଷା ଯୋଗୁ ତଳକୁ ଧସି ଯାଇଥିବା ଦେଖିବାକୁ ମିଳିଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରବିବାର ସକାଳ ୮ଟା ସୁଦ୍ଧା ମାଲକାନଗିରି ବ୍ଲକରେ ୨୮.୮ ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୭୨.୦ ମି.ମି., ଖଇରପୁଟରେ ୧୦୦ ମି.ମି., ଚିତ୍ରକୋଣ୍ଡାରେ ୬୮.୪ ମିି.ମି. କୋରୁକୋଣ୍ଡାରେ ୬୦.୦ ମି.ମି., କାଲିମେଳାରେ ୫୪.୩ ମି.ମି. ଓ ପଡିଆ ବ୍ଲକରେ ୫୦.୩ ମି.ମି.ବର୍ଷା ହୋଇଛି। ଜିଲାରେ ମୋଟ ୪୩୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ୬୧.୯୭ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି।