
ଭୁବନେଶ୍ୱର,୧୬।୨: ରାଜ୍ୟରେ ବର୍ଷା ଆଲର୍ଟ। ଆସନ୍ତା ୧୯ ଓ ୨୦ରେ ରାଜ୍ୟରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ହାଲୁକା ବର୍ଷା ସହ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବାର ସମ୍ଭାବନା ମଧ୍ୟ ରହିଛି।
Weather Update on Odisha: ୧୯ ତାରିଖରେ ୧୦ ଜିଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷାନେଇ ଆଲର୍ଟ କରାଯାଇଛି। ସେଗୁଡିକ ହେଲା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ହାଲୁକା ବର୍ଷା ହେବ।