ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା

ଭୁବନେଶ୍ୱର,୨୦।୨(ବ୍ୟୁରୋ) : ରାଜ୍ୟ ପାଣିପାଗରେ ହଠାତ୍‌ ପରିବର୍ତ୍ତନ ଦେଖାଦେଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଶନିବାର ରାଜ୍ୟର କିଛି ଜିଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ ରହିଛି। ଆଜି ରାଜଧାନୀର କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ସୂଚନା ମିଳିଛି । ୨ ଦିନ ପରେ ପାଗ ସ୍ବାଭାବିକ ହେବ ବୋଲି ରାଜ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ୱର, ଅନୁଗୋଳ, ବଲାଙ୍ଗୀର, ନୂଆପଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନି ଜାରି କରାଯାଇଛି। ଏସବୁ ଜିଲାର ଜିଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share