ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦୁଇଦିନ ହେଲା ଝଡ଼ିବର୍ଷା ଲାଗିରହିଛି। ଏହି ଲଗାଣ ବର୍ଷା ଯୋଗୁ ହାତ ବାନ୍ଧି ବସିଛନ୍ତି ବିଭିନ୍ନ ବ୍ୟବସାୟୀ। ଲୋକେ ପଦାକୁ ବାହାରି ପାରୁନାହାନ୍ତି। ଯାହା ଫଳରେ ବେପାର ବଣିଜ ପୂର ଠପ୍ ହୋଇଯାଇଛି। ଏହି ଭଳି ବର୍ଷା ଯଦି ଆଉ ତିନି ଚାରି ଦିନ ଲାଗି ରହେ ତା’ହେଲେ ଧାନଚାଷ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ମାଳୀ ଜଗନ୍ନାଥପୁର ଅଞ୍ଚଳର ଚାଷୀ ଅଶୋକ ମହାପାତ୍ର କହିଛନ୍ତ। ବର୍ଷାଜଳ ଚାଷଜମିରେ ଜମି ରହି ଧାନ ଗଛ ପାଚି ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। କିଛି ଚାଷୀ ଧାନଗଛ ବଢ଼ିବା ପାଇଁ ସାର ପିଡିଆ ପକାଇଥିଲେ ଜମିରେ। ତାହା ଅତ୍ୟଧିକ ବର୍ଷା ପାଣିରେ ଭାସି ଯାଇଥିବା ସେ କହିଛନ୍ତି।ଏଥିସହ ମୂଷଳ ଧାରାରେ ହେଉଥିବା ବର୍ଷା ଯୋଗୁ ସହରର ବିଭିନ୍ନ ସାହିରେ ମହାଆଡ଼ମ୍ବରରେ ପାଳିତ ହେଉଥିବା ଗଣେଶ ପୂଜା ସମ୍ପୂର୍ଣ୍ଣ ଫିକା ପଡ଼ିଛି।