୬ ତାରିଖରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କଲା ପୂର୍ବାନୁମାନ

ଭୁବନେଶ୍ୱର,୩।୭: ବର୍ତ୍ତମାନ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ୫ ତାରିଖରୁ କିଛି ମାତ୍ରାରେ ବର୍ଷା ପରିମାଣ ବଢିପାରେ ଏବଂ ୬ ତାରିଖରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ଜୁନ ୮ ତାରିଖରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷ ପାଇଁ ଭଲ ବର୍ଷା ହୋଇନାହିଁ। ସ୍ବାଭାବିକଠାରୁ ୨୬ ପ୍ରତିଶତ କମ ବର୍ଷା ହୋଇଛି। ଜୁନ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୨୭ ମିଲିମିଟର ବର୍ଷା ହେବା ଜାଗାରେ ହୋଇଛି ମାତ୍ର ୧୬୮.୮ ମିଲିମିଟର। ଆଧାରୁ ଅଧିକ ଜିଲାରେ ଏବେ ବର୍ଷା ନିଅଣ୍ଟିଆ ସ୍ଥିତି ଦେଇ ଗତିକରୁଛି।