ଅହମଦାବାଦ, ୧୨।୩ : ଗୁଜରାଟର ଭାଲସାଡର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଲୋକମାନେ ଗାୟକ କିର୍ତ୍ତୀଦାନ ଗଡଭିଙ୍କ ଉପରେ ନୋଟ ବର୍ଷା କରୁଥିବା ଦେଖିବାକୁ ମିଳୁଛି। କିର୍ତ୍ତୀଦାନ ଏକ ଭଜନ ଗାନ କରୁଥିବାବେଳେ ଏଭଳି ଘଟିଛି। ଲୋକମାନେ ୧୦, ୨୦, ୫୦, ୧୦୦ ଏବଂ ୫୦୦ ଟଙ୍କିଆ ନୋଟ ବର୍ଷା କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୧ ରେ ଭାଲସାଡରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କଣ୍ଠଶିଳ୍ପୀ କିର୍ତ୍ତୀଦାନି ବହୁଥର ଖବରରେ ରହିଛନ୍ତି । ଗତ ବର୍ଷ ଗୁଜରାଟର ନାଭସାରୀର ସୁପା ଗ୍ରାମରେ ଏକ ଭଜନ କାର୍ଯ୍ୟକ୍ରମରେ ତାଙ୍କ ଉପରେ ନୋଟ ବର୍ଷା କରାଯାଇଥିଲା। ପରେ ଜଣାପଡ଼ିଥିଲା ଯେ ଲୋକମାନେ ତାଙ୍କ ଉପରେ ୫୦ଲକ୍ଷରୁ ଅଧିକ ଟଙ୍କା ବର୍ଷା କରିଥିଲେ।