Categories: ଜାତୀୟ

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ସ୍କୁଲ ବନ୍ଦ

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ନୋଇଡା ସମେତ ଲକ୍ଷ୍ନୌ, ଗାଜିଆବାଦ, ଏବଂ ଆଗ୍ରା ସ୍କୁଲଗୁଡ଼ିକ ସୋମବାର ବନ୍ଦ ରହିବ ବୋଲି ସୂଚନା ମିଳିଛି।
ରାଜ୍ୟରେ ଶନିବାର ଅପରାହ୍ନରୁ ବର୍ଷା ଲାଗିରହିଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଲକ୍ଷ୍ନୌ, ନୋଏଡା, ଗାଜିଆବାଦ, ଆଗ୍ରା, ମେରଟ, ଆଲିଗଡ, ମଥୁରା, କାନପୁର, ଏଟା, ମେନ୍‌ପୁରୀ ଏବଂ ଫିରୋଜାବାଦର ଜିଲା କର୍ତ୍ତୃପକ୍ଷ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ, ସୋମବାର ପଶ୍ଚିମ ଉତ୍ତରପ୍ରଦେଶ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଏହି ସବୁ ଅଞ୍ଚଳକୁ ୟେଲୋ ଓ୍ବାନିର୍ଂ ଜାରି କରିଛି ପାଣିପାଗ ବିଭାଗ।

Share