କୋଟଗଡ,୨୦।୯(ଡି.ଏନ.ଏ.): ଲଘୁଚାପ ବର୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ବାଲିଗୁଡା ବସଷ୍ଟାଣ୍ଡ ଏବଂ ଆଖପାଖ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହା ସହିତ ରାସ୍ତା ଉପରେ ପାଣି ଜମି ରହିଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି । ଗତ ରାତିଠାରୁ ଏ ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି। ତେବେ ଏହି ବର୍ଷା ଯଦି ଆଉ କିଛି ସମୟ ଲାଗି ରହିବ ତା’ହେଲେ ବାଲିଗୁଡା ସହର ତଥା ଆଖପାଖ ଅଞ୍ଚଳରେ ବନ୍ୟା ହେବାର ସମ୍ଭାବନା ରହିଛି।