ରାଜଧାନୀରେ ଧୂଳି ଝଡ଼ ସାଙ୍ଗକୁ ବର୍ଷା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶନିବାର ଅପରାହ୍ନରେ ହଠାତ୍‌ ଧୂଳି ଝଡ଼ ସାଙ୍ଗକୁ ବର୍ଷା ହୋଇଛି। ମଧ୍ୟାହ୍ନରେ ପ୍ରବଳ ଗୁଳଗୁଳି ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ ଝଡ଼ତୋଫାନ ସାଙ୍ଗକୁ ବର୍ଷା ହୋଇଛି। ଏହି ଝଡ଼ତୋଫାନ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି।

ସୂଚନାଯୋଗ୍ୟ, ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଥିଲା। ତେବେ ଝଡ଼ତୋଫାନ ଓ ବର୍ଷା ପାଗରେ ପରିବର୍ତ୍ତନ ଆଣିଛି।

Share