Categories: ଖେଳ

ବର୍ଷାରେ ଧୋଇଗଲା ଭାରତ-ଦକ୍ଷିଣ ପ୍ରଥମ ଟି-୨୦

ଡର୍ବାନ, ୧୧ା୧୨: ଲଗାଣ ବର୍ଷା ଯୋଗୁ ଏଠାରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ଏପରିକି ମ୍ୟାଚ୍‌ ପାଇଁ ଟସ୍‌ ମଧ୍ୟ ପଡ଼ି ନ ଥିଲା। ଆସନ୍ତାବର୍ଷ ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଅବଶିଷ୍ଟ ଦୁଇଟି ଟି୨୦ ଏବଂ ଜାନୁୟାରୀରେ ଆଫଗାନିସ୍ତାନ ବିପକ୍ଷରେ ୩ଟି ଗେମ୍‌ ଖେଳିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି୨୦ ମଙ୍ଗଳବାର ଖେଳାଯିବ।

Share