ଆସନ୍ତା ୩୦ ଯାଏ ଜାରି ରହିବ କାଳବୈଶାଖୀ, ଏସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଦୁଇଦିନ ଧରି କାଳବୈଶାଖୀ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି। ତେବେ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରୁ ଜଣାପଡ଼ିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଝଡ଼ବର୍ଷା ସମୟରେ ଘରୁ ନ ବାହରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

Share