୧୩ରୁ ବଢିବ ବର୍ଷା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୧୨।୮(ବ୍ୟୁରୋ): ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୩ ତାରିଖରୁ ବର୍ଷାର ପରିମାଣ ବଢିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୩ ତାରିଖରୁ ୧୫ ଯାଏ ଝଡ-ପବନ ହେବା ସହ ସର୍ବାଧିକ ୬୫ କି.ମି. ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା ସହ ଓଡିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ତେଣୁ ୧୩ ରୁ ୧୫ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୧୪ ତାରିଖରେ ମଧ୍ୟ ରାଜ୍ୟରେ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାର ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ , ଅକସ୍ମାତ ବନ୍ୟା, ତଳୁଆ ଅଞ୍ଚଳରେ ପାଣି ଜମିବା ସହ ଜଳବନ୍ଦୀ ସମସ୍ୟା ଉପୁଜିପାରେ।

Share