ଭୁବନେଶ୍ୱର,୭।୧୦(ବ୍ୟୁରୋ): ଆସନ୍ତା ୯ ତାରିଖରେ ରାଜ୍ୟର ଦକ୍ଷିଣ ଉପକୂଳରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାସହ ୯ ଏବଂ ୧୦ ଅକ୍ଟୋବରରେ କିଛି ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପକ୍ଷେ, ୧ ରୁ ୭ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୬୯.୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ଅବଧି ମଧ୍ୟରେ ସ୍ବାଭାବିକ ବର୍ଷା ୩୮.୬ ମିମି ତୁଳନାରେ ୮୦ ପ୍ରତିଶତ ଅଧିକ ରହିଛି । ବାଲେଶ୍ୱର ଜିଲାରେ ସର୍ବାଧିକ ୧୭୭.୪ ମିମି, ରାୟଗଡାରେ ୧୭୫.୬ ମିମି ଏବଂ ଭଦ୍ରକ ଜିଲାରେ ୧୭୦.୧ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
🔜କୁଆଁର-ପୂର୍ଣ୍ଣିମାରେ ଭିଯିବ ଉପକୂଳ ଓଡିଶା !!!
✔️୯ ଅକ୍ଟୋବର, କୁଆଁର-ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବଢିବ ବର୍ଷାର ପରିମାଣ !!!
✔️୯ ଏବଂ ୧୦ ଅକ୍ଟୋବର ରେ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି pic.twitter.com/0ti5nDgLBz
— Meteorological Centre, Bhubaneswar (@mcbbsr) October 7, 2022