୯ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୭।୧୦(ବ୍ୟୁରୋ): କୁଆଁର ପୂର୍ଣ୍ଣିମାରେ ପୁଣି ଉପକୂଳ ଓଡ଼ିଶା ଭିଜିବ। ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବର୍ଷାର ପରିମାଣ ବଢିବ ।୧୦ ତାରିଖରେ ମଧ୍ୟ ଉପକୂଳବର୍ତ୍ତୀ କେତେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସତର୍କ ସୂଚନା ଜାରି କରାଯାଇଛି।
ସୂଚନାନୁସାରେ, ୯ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ରାଜ୍ୟର ଅଧିକାଂଶ ଜିଲାରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି। ତେବେ ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।
ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Share