ଅଗଷ୍ଟ ୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ତେବେ ଅଗଷ୍ଟ ୫ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଲଘୁଚାପରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି ତେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଦେବଗଡ଼ ଜିଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ରହିଛି। ଜୁନ୍‌ ପହିଲାରୁ ଜୁଲାଇ ୨୮ ମଧ୍ୟରେ ରାଜ୍ୟରେ ୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୫୧୫.୬ ପ୍ରତିଶତ ବର୍ଷା ହେବାକୁ ଥିବା ବେଳେ ହୋଇଛି ୪୯୮.୧ ପ୍ରତିଶତ। କେବଳ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାକୁ ଛାଡ଼ିଦେଲେ ଅନ୍ୟ ୨୮ଟି ଜିଲାରେ ବର୍ଷା ସ୍ବାଭାବିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି...

ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା…

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ।...

ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧୨: ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ...

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri