ବୁଧବାରଠାରୁ କମିବ ବର୍ଷା

ଭୁବନେଶ୍ୱର, ୨୭।୦୬ : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଲଘୁଚାପ ସକ୍ରିୟ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ତେବେ ବୁଧବାରଠାରୁ ବର୍ଷାର ପରିମାଣ କମିବା ନେଇ ପଣିପାଗ ବିଭାଗ ଆକଳନ କରିଛି। ଆଗାମୀ ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ୭ରୁ ୨୦ ସେମି ବର୍ଷା ନେଇ ଝାରସୁଗୁଡ଼ା ଓ ବରଗଡ଼ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ।

Share