Categories: ଜାତୀୟ

ହିମାଚଳ ପ୍ରଦେଶରେ ଜଳ ପ୍ରଳୟ

ଶିମଲା,୨୫।୬: ସକ୍ରିୟ ହୋଇଛି ମୌସୁମୀ ବାୟୁ। ଫଳରେ ଏହାର ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ହେଲେ ହିମାଚଳ ପ୍ରଦେଶରେ ହୋଇଥିବା ବର୍ଷା ଯୋଗୁ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ବର୍ଷା ସହ ପାଣିପାଗ ଖରାପ ରହିବ ବୋଲି ଅନୁମାନ କରାଯିବା ପରେ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ କହିଛି।
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ମୌସୁମୀ ପ୍ରବେଶ କରିବା ସହ ମୁଶଳଧାରାରେ ବର୍ଷା ଲାଗି ରହିଛି। ଶୁକ୍ରବାର ରାତିରେ ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ବହୁ କ୍ଷୟକ୍ଷତି ହୋଇଛି। ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଫଳରେ ପାନୀୟ ଜଳ ସମସ୍ୟା ଓ ବିଜୁଳୀ ସେବା ବି ବାଧାପ୍ରାପ୍ତ ହୋଇଛି। ଲଗାତାର ବର୍ଷା ଫଳରେ ଲୋକଙ୍କ ଘରେ ପାଣି ପଶିଯିବା ସହ ବହୁ ଗାଡି ଧୋଇ ଯାଇଥିବା ଦେଖାଯାଇଛି।

Share