ବୁଧବାର କଟକ ଆସିବେ ରାଇନା, ପ୍ରଜ୍ଞାନ

କଟକ ଅଫିସ,୧୪ା୨: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆ ଥାନା ଅଧୀନ କପୁରସିଂହ ଖେଳପଡ଼ିଆରେ ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋର୍ଟସ ଆଣ୍ଡ୍‌ ସେର୍‌ ଅଫ୍‌ ଏକ୍ସିଲେନ୍ସ ଫର୍‌ କ୍ରିକେଟ ଏକାଡେମୀ ଉଦ୍‌ଘାଟନ ହେବ। ରାଇନା ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଉକ୍ତ ଏକାଡେମୀକୁ ଉଦ୍‌ଘାଟନ କରିବେ। ଏଥିରେ ପ୍ରଜ୍ଞାନ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, କଟକରେ ପ୍ରଥମଥର ପାଇଁ ଏଭଳି ଏକ କ୍ରିକେଟ ଏକାଡେମୀ ଆରମ୍ଭ ହେବାକୁ ଯାଉଛି। ଓସିଏର ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଏହି ଏକାଡେମୀର ଅଧ୍ୟକ୍ଷ ଅଛନ୍ତି।