Categories: ଫୁରସତ

ରାଇନାଙ୍କ ରେଷ୍ଟୁରାଣ୍ଟ

ଆମଷ୍ଟରଡାମ୍‌: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସୁରେଶ ରାଇନା ନିକଟରେ ତାଙ୍କ ରୁଚିକୁ ପୂରଣ କରିଥିବା କହିଛନ୍ତି। ସେ ନେଦରଲାଣ୍ଡର ରାଜଧାନୀ ଆମଷ୍ଟରଡାମ୍‌ରେ ତାଙ୍କର ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ସେ ବର୍ଷ ବର୍ଷ ଧରି ଖାଦ୍ୟ ପ୍ରତି ଥିବା ତାଙ୍କ ଭଲପାଇବା ଦେଖାଇ ଆସିଥିଲେ। ଏବେ ସେ ତାଙ୍କର ଏହି ରୁଚି ଏବଂ ଭାରତର ଅନେକ ସ୍ବାଦକୁ ୟୁରୋପର ହୃଦୟକୁ ଆଣିବା ମିଶନରେ ଥିବା କହିଛନ୍ତି। ତାଙ୍କର ଏହି ମିଶନରେ ସମସ୍ତେ ଯୋଗଦେବା ସହ ସୁସ୍ବାଦୁ ଖାଦ୍ୟ ଖାଇବାକୁ ସେ କହିଛନ୍ତି। ସେ ଯେତେବେଳେ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ଆମଷ୍ଟରଡାମ୍‌ରେ ବ୍ୟାଙ୍କ ଚାକିରି କରୁଥିଲେ, ସେତେବେଳୁ ସେ ଏହି ସହରର ନିୟମିତ ପରିଦର୍ଶକ ଥିଲେ। ନିକଟରେ ରାଇନା ସ୍ତ୍ରୀ ପ୍ରିୟଙ୍କାଙ୍କ ଜନ୍ମଦିନ ପାଳନ କରିବା ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ପୂର୍ବତନ ଭାରତୀୟ କ୍ରିକେଟ ଦଳର ସଦସ୍ୟ ତଥା ବର୍ତ୍ତମାନ ଆମ ଆଦ୍‌ମୀ ପାର୍ଟିର ନେତା ହରଭଜନ୍‌ ସିଂ ଆମଷ୍ଟରଡାମ୍‌ରେ ଥିବା ଏହି ନୂଆ ରେଷ୍ଟୁରାଣ୍ଟରେ ରାଇନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ରାଇନା ୨୦୧୧ କ୍ରିକେଟ ବିଶ୍ୱକପ୍‌ ଏବଂ ୨୦୧୩ ଆଇସିସି ଚାମ୍ପିୟନଶିପ୍‌ ଟ୍ରଫି ଜିତିଥିଲେ। ଆଇସିସି ପୁରୁଷ ଟି-୨୦ରେ ରାଇନା ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଥିଲେ। ସେ ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ପ୍ଲାଟ୍‌ଫର୍ମରୁ ଅବସର ଘୋଷଣା କରିଥିଲେ।

Share