Categories: ଫୁରସତ

ବର୍ଷାପାଣି ବୁନ୍ଦା ହୋଇଥାଏ ଗୋଲାକାର, ଜାଣନ୍ତୁ ଏହା ପଛର କାରଣ

ଆମ ଚତୁଃପାର୍ଶ୍ୱରେ ପ୍ରତିଦିନ ଅନେକ ଘଟଣା ଘଟିଥାଏ। ମାତ୍ର ଆମେ କିଛି ଜିନିଷ ବିଷୟରେ ଅଜ୍ଞ ଥାଉ। ଯେମିତି କି ବର୍ଷା ପାଣି କାହିଁକି ଗୋଲାକାର ହୋଇଥାଏ ବେଳେବେଳେ ଏମିତି ପ୍ରଶ୍ନ ମନକୁ ଆସିଥାଏ। ପାଣିକୁ କୌଣସି ପାତ୍ର ଉପରେ ପକାଇଲେ ତାହା ସେହି ଆକାରରେ ବୋହି ଯାଏ। ମାତ୍ର ବର୍ଷା ପାଣି ବୁନ୍ଦା ଏତେ ଉଚ୍ଚରୁ ପଡୁଥିଲେ ମଧ୍ୟ କାହିଁକି ଗୋଲକାର ହୋଇଥାଏ । ତେବେ ଜାଣନ୍ତୁ ଏ ସମ୍ପର୍କରେ…

ବର୍ଷା ପାଣିର ବୁନ୍ଦା ଗୋଲ ହେବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଭୂପୃଷ୍ଠ ଚାପ ପାଇଁ ପାଣି ବୁନ୍ଦା ଗୋଲ ଆକାରର ହୋଇଥାଏ । ପାଣି ବୁନ୍ଦା ଯେତେବେଳେ ସ୍ବତନ୍ତ୍ର ହୋଇ ତଳେ ପଡ଼ିଥାଏ, ତାହା ନୂନ୍ୟତମ ଆକାର ନେବା ପାଇଁ ପ୍ରୟାସ କରେ । ଏଥିପାଇଁ ବର୍ଷା ପାଣିର ଆକାର ଗୋଲ ହୋଇଥାଏ ।

ମାଧ୍ୟାକର୍ଷଣ ଶକ୍ତି କାରଣ ପାଇଁ ସବୁଠୁ ନ୍ୟୁନତମ ଆକାର ଗୋଲାକାର ହୋଇଥାଏ। ପାଣି ବୁନ୍ଦା ଯେତିକି ଯେତିକି ଛୋଟ ହୋଇ ଯାଏ ସେ ଗୋଲାକାର ରୂପ ନେଇଥାଏ । ଅନ୍ୟ କିଛି ଜିନିଷଠାରୁ ଗୋଲ ଆକାରର କ୍ଷେତ୍ରଫଳ କମ ହୋଇଥାଏ । ଯେଉଁଥିପାଇଁ ବର୍ଷା ପାଣିର ଆକାର ଗୋଲ ହୋଇଥାଏ । ବର୍ଷା ବ୍ୟତୀତ ଅନ୍ୟ କୌଣସି ବସ୍ତୁ ପୃଥିବୀର ଯେତିକି ନିକଟତର ହୁଏ ସେସବୁ ଗୋଲାକାର ହୁଏ।

Share