୫ ଜିଲାକୁ ବର୍ଷା ଆର୍ଲଟ

ଭୁବନେଶ୍ୱର,୨୯।୨: ରାଜ୍ୟର ୫ ଜିଲାକୁ ବର୍ଷା ଆର୍ଲଟ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର , ରାୟଗଡା ଓ କୋରାପୁଟ ଜିଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହା ପରଠାରୁ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉପକୂଳ ଓଡିଶାରେ ଗୁରୁବାର ଠାରୁ ଦିନ ତାପମାତ୍ରା ବଢିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି । ମାର୍ଚ୍ଚ ୩ରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍‌ କରିବ । ୪ ଓ ୫ରେ ପାଗ ସାମାନ୍ୟ ମେଘୁଆ ରହିପାରେ ବୋଲି ଆକଳନ କରାଯାଇଛି । ଉପକୂଳରେ ଆସନ୍ତା ୩ଦିନ ଯାଏ ସକାଳୁ କୁହୁଡି ଦୃଶ୍ୟମାନ ହୋଇପାରେ ବୋଲି ଡ. ସୁରେନ୍ଦ୍ର କହିଛନ୍ତି ।

Share