ବ୍ରାଜିଲରେ ବର୍ଷା, ଭୂସ୍ଖଳନରେ ୭୮ ଲୋକ ମୃତ

ବ୍ରାସିଲିଆ,୧୭ ।୨: ବ୍ରାଜିଲର ରିଓ ଡି ଜେନେରିଓ ରାଜ୍ୟର ପାର୍ବତୀୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇ ୭୮ରେ ପଂହଞ୍ଚିଥିବା ସୂଚନା ମିଳିଛି । ସ୍ଥାନୀୟ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି । ଏହି ପ୍ରକୃତିକ ଦୁର୍ବିପାକରେ ସବୁଠାରୁ ଅଧିକ ପୋଟ୍ରୋପୋଲିସ ପ୍ରଭାବିତ ହୋଇଛି । ସେଠାରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେଠାକାର ମେୟର କହିଛନ୍ତି ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ । ଏପର୍ଯ୍ୟନ୍ତ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ, ୨୦୧୧ରେ ବି ଏଠାରେ ପ୍ରବଳ ବର୍ଷା ହୋଇ ଭୂସ୍ଖଳନ ହେବା ଫଳରେ ଶହ ଶହ ଲୋକଙ୍କ ଜୀବନ ଯାଇଥିଲା ।

Share