ବଢୁଛି ବର୍ଷା ଜଳ ନିଷ୍କାସନ ଚିନ୍ତା

ଅନୁଗୋଳ ଅଫିସ, ୧୨।୫: ଦୀର୍ଘଦିନ ହେଲା ଅନୁଗୋଳ ସହରର ଡ୍ରେନ୍‌ ଅବସ୍ଥା ଠିକ୍‌ ନାହିଁ। କେଉଁଠି ଡ୍ରେନ୍‌ ପୋତି ହୋଇପଡ଼ିଛି ତ କେଉଁଠି ସଫେଇ ହେଉ ନାହିଁ। ଆଗକୁ ବର୍ଷା ଆସୁଥିବାରୁ ଏହା ପୂର୍ବରୁ କାମ ଶେଷ କରା ନ ଗଲେ ସହରରୁ ବର୍ଷା ଜଳ ନିଷ୍କାସନ ହୋଇପାରିବ ନାହିଁ। ତେବେ ଏଥିପ୍ରତି ଜିଲା ପ୍ରଶାସନ କି ପୌର ପ୍ରଶାସନର ସେପରି ନିଘା ନ ଥିବା ଅଭିଯୋଗ ହେଉଛି। କାରଣ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ପ୍ରଶାସନ ପକ୍ଷରୁ ବିଳମ୍ବ କରାଯାଇଥିବା କେତେଜଣ କାଉନସିଲର ଓ ଜନସାଧାରଣ ଅଭିଯୋଗ ଆଣିଛନ୍ତି। ବର୍ଷା ପୂର୍ବରୁ ଡ୍ରେନ୍‌ କାର୍ଯ୍ୟ ଶେଷ କରା ନ ଗଲେ ସହରବାସୀ ଆବର୍ଜନା ପାଣିରେ ଘାଣ୍ଟିଚକଟି ହେବେ ବୋଲି ସେମାନେ କହିଛନ୍ତି।
ପ୍ରକାଶ ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଅନୁଗୋଳ ସହରର ୨୩ଟି ୱାର୍ଡରେ ଡ୍ରେନ୍‌ କାର୍ଯ୍ୟ ହେବ ବୋଲି ଖସଡ଼ା ପ୍ରସ୍ତୁତ ହୋଇଥିଲା। କେଉଁ ସ୍ଥାନରେ ଡ୍ରେନ୍‌ ନିର୍ମାଣ କରାଯିବ ଓ ସଫେଇ ହେବ ତାକୁ ନେଇ ଗତ ଫେବୃୟାରୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ପରେ ନିର୍ବାଚନ ଆଚରଣବିଧି ଲାଗୁ ହେବାରୁ ଟେଣ୍ଡର ପ୍ରକ୍ରିୟା ହୋଇପାରି ନ ଥିଲା। ତେବେ ଆଚରଣ ବିଧି ଉଠିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୮ରେ ଟେଣ୍ଡର କରାଯାଇ ଏପ୍ରିଲ ୬ରେ ଖୋଲାଯାଇଥିଲା। କିନ୍ତୁ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଠିକାଦାରଙ୍କୁ ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଗଲା। ଏଭଳି କି ଟେଣ୍ଡର ବାତିଲ କରାଯିବ ବୋଲି କୁହାଗଲା। କେବଳ ସେତିକି ନୁହେଁ, ଟେଣ୍ଡର ଦସ୍ତାବିଜ୍‌ରେ ମଧ୍ୟ ମୋହର ମରାଗଲା ନାହିଁ। ଏହାଛଡ଼ା ସହରରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡରରେ ମଧ୍ୟ ମେ ୯ ତାରିଖରେ ନଗରପାଳ ମୋହର ମାରିବାରୁ ବିଳମ୍ବ ହେଉଥିବା ପୌରପାଳିକାର କେତେକ କାଉନସିଲର କହିଛନ୍ତି। ଫଳରେ ଏବେ ବର୍ଷା ଦିନ ଆସୁଥିବାରୁ ସହରର ଡ୍ରେନ୍‌ କାର୍ଯ୍ୟ କିଭଳି ଭାବେ ଶେଷ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ୪୫ରୁ ୫୦ ଦିନ ମଧ୍ୟରେ ଡ୍ରେନ୍‌ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ଏହା ମଧ୍ୟରେ ବର୍ଷା ଆସିଯାଇଥିବ। ତେଣୁ କାର୍ଯ୍ୟ ସାରିବା ସମ୍ଭବ ନୁହେଁ। ଆଉ ତରବରିଆ ଭାବେ କାର୍ଯ୍ୟ କରାଗଲେ ତାହା ନିମ୍ନମାନର ହେବ ବୋଲି ସହରବାସୀ କହିଛନ୍ତି। ଏ ସମ୍ପର୍କରେ କେତେଜଣ କାଉନସିଲର କହିଛନ୍ତି, ପ୍ରଥମ ବୈଠକରେ ଟେଣ୍ଡର ବାତିଲ କରାଯିବା ନେଇ ଦାବି କଥା ମିଛ। ବିଭିନ୍ନ ଓ୍ବାର୍ଡରେ ହେବାକୁଥିବା ଏହି ଉନ୍ନୟନ କାର୍ଯ୍ୟକୁ କେଉଁ କାଉନସିଲର କାହିଁକି ବିରୋଧ କରିବେ।

ରାସ୍ତାରେ ପାଣି ସୁଅ ପରେ ବୁଦ୍ଧି ପଶିଲା

ବାତ୍ୟା ଅସାନି ପ୍ରଭାବରେ ମଙ୍ଗଳବାର ଅନୁଗୋଳ ସହରରେ ବର୍ଷା ହୋଇଥିଲା। ଜୋର୍‌ଦାର ବର୍ଷା ଯୋଗୁ ସହରର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ସୁଅ ଚାଲିଥିଲା। ପାଣିର ଏହି ସୁଅ ଦେଖିବା ପରେ ଅନୁଗୋଳ ପୌର ପ୍ରଶାସନର ଚେତା ଉଦୟ ହୋଇଥିଲା। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଉକ୍ତ ବୈଠକରେ ସହରରେ ଥିବା ବିଭିନ୍ନ ଡ୍ରେନ୍‌ ସଫେଇ କରାଯିବ ବୋଲି କୁହାଯାଇଛି। ଏଭଳି କି ଡ୍ରେନ୍‌ରୁ ଖଲି, ସୋଲ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ସାମଗ୍ରୀ ସଫେଇ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେସିବି ଦ୍ୱାରା ଏହି ସଫେଇ କାର୍ଯ୍ୟ କରାଯିବ ବୋଲି ନଗରପାଳ ସାମନ୍ତ କହିଛନ୍ତି। ଏଥିସହ ପିଏଚଡି ଓ ଟେଲିଫୋନ୍‌ ସଂସ୍ଥାକୁ ମଧ୍ୟ ସେମାନଙ୍କ ପାଇପ ଡ୍ରେନ୍‌ ବାହାରେ ନେବାକୁ କୁହାଯାଇଛି। ସେମାନଙ୍କ ପାଇପ ପାଇଁ ଡ୍ରେନ୍‌ ଜାମ୍‌ ହେଉଥିବା ନଗରପାଳ ପ୍ରକାଶ କରିଛନ୍ତି।

ନିର୍ବାଚନ ଆଚରଣ ବିଧି ପାଇଁ ବିଳମ୍ବ
ନିର୍ବାଚନ ଆଚରଣ ବିଧି ଉଠିବା ପରେ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ ଆବଶ୍ୟକ କାଗଜପତ୍ରରେ ନଗରପାଳ ଦସ୍ତଖତ ମାରି ନ ଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଥିଲା।
– ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ

ଟେଣ୍ଡର ଅନୁମୋଦନ କରାଯାଇଛି
ପୌର ପରିଷଦର ପ୍ରଥମ ବୈଠକରେ ଟେଣ୍ଡର ବାତିଲ କରିବାକୁ ଦାବି ହୋଇଥିଲା। ଏଥିରେ ହସ୍ତକ୍ଷେପ କରିବା ପରେ ଟେଣ୍ଡର ଆରମ୍ଭ ହେଲା। ପୌରପାଳିକାରେ ବହୁ ନିୟମ ରହିଛି। ସେହି ଅନୁଯାୟୀ ଟେଣ୍ଡର ଅନୁମୋଦନ କରାଯାଇଛି।
-ଅକ୍ଷୟ କୁମାର ସାମନ୍ତ, ନଗରପାଳ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ...

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର...

ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ

ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri