ସମାକୋଇ ପୋଲ ଉପରେ ବର୍ଷାଜଳ ପ୍ରବାହିତ

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ନଦୀନାଳରେ ଜଳସ୍ତର ବଢୁଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ତେଲକୋଇ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୮୬.୦୪ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ସମାକୋଇ ନଦୀର ଜଳସ୍ତର ବଢ଼ୁଥିବା ବେଳେ ଘୁରୁଡିଆ ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହ ଯୋଗୁ ଯାତାୟାତ ବ୍ୟାହତ ହେଉଛି।

Share