ବାଧ୍ୟତାମୂଳକ ହେବ ବର୍ଷାଜଳ ସଂରକ୍ଷଣ: ୫୨ ବ୍ଲକ, ୨୭ ସହରରେ କାର୍ଯ୍ୟକାରୀ ହେଉଛି ଛାତ ଯୋଜନା

ଭୁବନେଶ୍ୱର,୨୧।୬(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ସହିତ ରାଜ୍ୟରେ ବର୍ଷା ପରିମାଣ ଦ୍ରୁତ ଗତିରେ ହ୍ରାସ ପାଉଛି। ଜୀବନଯାପନ ପାଇଁ ଭୂଗର୍ଭ ଜଳ ଉପରେ ମାତ୍ରାଧିକ ନିର୍ଭରଶୀଳତା ବଢ଼ିଯାଇଛି। ଫଳରେ ଭୂତଳ ଜଳ ଉପରେ ଚାପ ପଡ଼ୁଛି। ଏପରି ସ୍ଥଳେ ଜଳ ସଂରକ୍ଷଣ ଜରୁରୀ ହୋଇପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ଷାଜଳ ସଂରକ୍ଷଣ ପାଇଁ ଛାତ ଯୋଜନା-୨୦୨୨ ଆରମ୍ଭ କରିଛନ୍ତି। ଆସନ୍ତା ୫ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଭୂଗର୍ଭ ଜଳ ସମସ୍ୟା ଥିବା ରାଜ୍ୟର ୨୭ଟି ସହର ଏବଂ ୫୨ଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସରକାରୀ ଓ ବେସରକାରୀ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ କରାଯିବ। ବେସରକାରୀ ଲୋକଙ୍କ ପାଇଁ ଏହି ଯୋଜନାରେ ୫୫ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ବ୍ୟବସ୍ଥା ରହିଛି। ତେବେ ବ୍ୟକ୍ତିଗତ ଘର ପାଇଁ ବର୍ଷାଜଳ ଅମଳକୁ ବାଧ୍ୟତାମୂଳକ କରାଯାଇ ନାହିଁ। ଆପାର୍ଟମେଣ୍ଟଗୁଡ଼ିକ ପାଇଁ ବର୍ଷା ଜଳ ସଂରକ୍ଷଣ ବାଧ୍ୟତାମୂଳକ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯିବ ବୋଲି ଭୂତଳ ଜଳ ସଂରକ୍ଷଣ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ୮ଟି ବ୍ଲକରେ ଭୂଗର୍ଭସ୍ଥ ଜଳସ୍ତର ବିପଜ୍ଜନକ ଭାବେ ହ୍ରାସପାଉଛି। ସେହି ବ୍ଲକଗୁଡ଼ିକ ହେଲା ତାଳଚେର, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୂଆପଡ଼ା, ଭୁବନେଶ୍ୱର ଓ ନୟାଗଡ଼। ଏହିସବୁ ବ୍ଲକରେ ଭୂଗର୍ଭ ଜଳ ୭୦ରୁ ୯୦ ପ୍ରତିଶତ ବ୍ୟବହାର କରାଯାଉଛି। ଏହାଛଡ଼ା ୪୪ଟି ବ୍ଲକରେ ଭୂତଳ ଜଳ ସେମି କ୍ରିଟିକାଲ ସ୍ତରକୁ ଯାଉଥିବା ନେଇ ସତର୍କ କରାଯାଇଛି। ଉକ୍ତ ବ୍ଲକଗୁଡ଼ିକରେ ଯଦି ଭୂଗର୍ଭସ୍ଥ ଜଳ ସଞ୍ଚରଣ ବୃଦ୍ଧି ନ ହୁଏ ତେବେ ଆଗାମୀ ଦିନରେ ପାଣି ଟୋପାଏ ପାଇଁ ଡହଳବିକଳ ହେବାକୁ ପଡ଼ିବ। ଗ୍ରାଉଣ୍ଡ ଓ୍ବାଟର ରିସୋର୍ସ ଆସେସ୍‌ମେଣ୍ଟ(ଜିଡବ୍ଲ୍ୟୁଆର୍‌ଏ) ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୮,୯୭,୧୫୦.୫୩ ହେକ୍ଟର ମିଟର ଜଳ ସଞ୍ଚରଣ ହେଉଥିବା ବେଳେ ୧,୫୩, ୧୭୩.୧୬ ହେକ୍ଟର ମିଟର ଜଳ ତଳକୁ ଖସୁଛି।
ସୂଚନାଯୋଗ୍ୟ, ଭୂଗର୍ଭସ୍ଥ ଜଳ ସ୍ତର ବୃଦ୍ଧି କରିବାକୁ ରାଜ୍ୟ ସରକାର ୨୦୧୫ରେ ଛାତ ଉପର ଭୂତଳ ଜଳ ପ୍ରକଳ୍ପ ଯୋଜନା ଆରମ୍ଭ କରିଥିଲେ। ଜଳ ସଂରକ୍ଷଣ ପାଇଁ ଏହି ଯୋଜନାରେ ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲା। ଏହା ଲୋକମାନଙ୍କ ମଧ୍ୟରେ ଦ୍ରୁତ ଆଦୃତି ଲାଭ କରିଥିଲା। ତେବେ ୨୦୧୯ରେ ଏହି ଯୋଜନା ବନ୍ଦ ହୋଇ ଯାଇଥିଲା। ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରୁ ୨୦୧୯ ମଧ୍ୟରେ ୯,୪୩୮ଟି ବେସରକାରୀ ଏବଂ ୩୫୮ଟି ସରକାରୀ ଗୃହ ଛାତ ଉପରେ ଜଳ ସଂରକ୍ଷଣ ପୁନଃଭରଣ ଯୋଜନା କାର୍ଯ୍ୟକାରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ବୌଦ୍ଧ ଦେଶର ଉତ୍ତପ୍ତ ସହର: ୪୩.୬ ଡିଗ୍ରୀ ସହ ତାତିରେ ସିଝିଲେ ଲୋକେ

ଭୁବନେଶ୍ୱର, ୧୬ା୩: ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଶନିବାର...

ରାଜଧାନୀ ଡବଲ ମର୍ଡର ଘଟଣା: ପୋଲିସ ପିଛା କରିବାରୁ ଡିମିରି ଫଳ ଖାଇଦେଲେ ଅଭିଯୁକ୍ତ, ଡିସିପି କହିଲେ…

ଭୁବନେଶ୍ୱର,୧୬ା୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଘଟିଥିଲା ୨ଟି ହତ୍ୟାକାଣ୍ଡ। ଗୋଟିଏ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଆଉ ଗୋଟିଏ ଶହୀଦନଗର ଥାନା ଅଞ୍ଚଳରେ। ତେବେ ଏହି ଦୁଇଟି...

ବୋମାମାଡ଼ କରି ବନ୍ଧାହେଲେ ଦୁଇ ଭାଇ

ଗୋପାଳପୁର,୧୬ା୩(ନବୀନ ରାଜ ଆଚାରୀ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ କରିବା ଘଟଣାରେ ଗୋପାଳପୁର ଥାନା ପୋଲିସ ଦୁଇ ଭାଇଙ୍କୁ ପୋଲିସ ଗିରଫ କରି ସୋମବାର...

ଶାହାଙ୍କ ଗସ୍ତ ପୂର୍ବରୁ ତାତିଲେ ଜୟନାରାୟଣ, କହିଲେ ମୋର ଯୋଗ୍ୟତା…

ଭୁବନେଶ୍ୱର,୧୬ା୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିଶ୍ର...

ଭୁବନେଶ୍ୱରରେ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଶାଖା

ଭୁବନେଶ୍ୱର, ୧୬।୩: ଭୁବନେଶ୍ବରରେ ସ୍ଥାପନ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର୍ ର ଶାଖା। ଏନେଇ ଭୁବନେଶ୍ବର ଏମପି ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର...

ରାସ୍ତାକଡ଼ରେ ପଡ଼ିଛି ଅଜଣା ମୃତଦେହ, ଦୁର୍ଗନ୍ଧ ବାରି ଯିବାରୁ…

ମୋହନା,୧୬ା୩(ମନ୍ମଥ ମିଶ୍ର): ରାସ୍ତା କଡ଼ରେ ଅଜଣା ଯୁବକଙ୍କର ମୃତଦେହ ଠାବ କରିଛି ରା ଉଦୟଗିରି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image