ବର୍ଷାଦିନିଆ ଯତ୍ନ

ବର୍ଷାଦିନେ ଫ୍ଲୁ ଏବଂ ବ୍ୟାକ୍ଟେରିଆର ସଂକ୍ରମଣ ବହୁତ ବଢ଼ି ଯାଇଥାଏ। ତେଣୁ ଏହି ଋତୁରେ ଖାଦ୍ୟପେୟର ଭଲଭାବେ ଯତ୍ନ ନେବା ଜରୁରୀ। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଋତୁରେ କେଉଁ ଖାଦ୍ୟ ଉପରେ
ଗୁରୁତ୍ୱ ଦେବାକୁ ହେବ ଜାଣି ରଖନ୍ତୁ…

ଲେମନ ଗ୍ରାସ୍‌
ଲେମନ ଗ୍ରାସର ତେଲ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାଓ୍ବାର ବଢାଇବାରେ ବେଶ୍‌ ଫଳପ୍ରଦ ହୋଇଥାଏ। ଜ୍ୱର, ଥଣ୍ଡା, କାଶ ଆଦି ହେଲେ ଏହାର ବ୍ୟବହାର କରାଯାଇଥାଏ।
ଅଦା
ପ୍ରତିଦିନ ଅଦା ଖାଇବା ଦ୍ୱାରା ଇମ୍ୟୁନିଟି ବଢ଼ିଥାଏ। ଏହା ଏକ ଔଷଧ ଭଳି କାମ କରିଥାଏ। ଏଥିରେ ମାଇକ୍ରୋବିୟଲ ଓ ଆଣ୍ଟିଫଙ୍ଗାଲ ତତ୍ତ୍ୱ ରହିଛି। ଏହାକୁ ତରକାରି ବ୍ୟତୀତ ଜୁସ୍‌, ସୁପ୍‌ ଓ ଚଟଣିରେ ବ୍ୟବହାର କରିହେବ।
ହଳଦୀ
ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ। ୧ ଚାମଚ ଗୋଲମରିଚ ଗୁଣ୍ଡ ସହ ୧ ଚାମଚ ହଳଦୀ ଗୁଣ୍ଡ ଓ ୧ ଚାମଚ ସୁଣ୍ଠି ବା ଅଦା ଗୁଣ୍ଡକୁ ଏକ କପ୍‌ ପାଣିରେ ପକାଇ ଫୁଟାନ୍ତୁ। ପାଣି ଅଧା ହୋଇଗଲେ ଏହାକୁ ଥଣ୍ଡା କରି ପିଅନ୍ତୁ।
ତୁଳସୀ
ଏଥିରେ ଆଣ୍ଟି ବାୟୋଟିକ୍‌ ଗୁଣ ଥିବାରୁ ଏହା ଭାଇରସ୍‌ ସହିତ ଲଢିବା ପାଇଁ ଶକ୍ତି ଯୋଗାଇ ଥାଏ। ତେଣୁ ଏକ ଚାମଚ ଲବଙ୍ଗ ଗୁଣ୍ଡ ସହିତ କିଛି ତୁଳସୀ ପତ୍ର ପକାଇ ସିଝାନ୍ତୁ। ଏହାକୁ ଛାଣି ପ୍ରତି ଘଣ୍ଟାରେ ଥରେ ଲେଖାଏଁ ପିଅନ୍ତୁ, ଆରାମ ଲାଗିବ।
ଧନିଆ
ଭାଇରାଲ୍‌ ଜ୍ୱର ଭଲ କରିବା ପାଇଁ ଧନିଆ ଚା’ ଔଷଧ ଭଳି କାମ କରିଥାଏ। ବର୍ଷାଦିନେ ଏହାକୁ ସବୁଦିନ ପିଇଲେ ଦେହ ସୁସ୍ଥ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

ଶୀତଦିନେ କେମିତି ନେବେ କେଶର ଯତ୍ନ

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ… -କେଶକୁ...

ତରକାରିରେ ଲୁଣ ଅଧିକ ହୋଇଯାଇଥିଲେ.. ଆପଣାନ୍ତୁ ଏହି ଉପାୟ

– ତରକାରିରେ ଯଦି ଲୁଣ ଅଧିକ ହୋଇଯାଇଥାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରିର ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ...

ଶରୀରରେ ଜଳୀୟ ଅଂଶ କମିଲେ ଦେଖାଦିଏ ଏସବୁ…

ବିଭିନ୍ନ କାରଣରୁ ଅନେକ ଲୋକଙ୍କର ପାଟିରେ ଘା’ ହୋଇଥାଏ। ବେଳେବେଳେ ଏହି ଘା’ ବଡ଼ ହୋଇ କ୍ୟାନ୍‌ସରର ରୂପେ ନିଏ। ସେଥିପାଇଁ ପାଟିରେ ଘା’ ହେଲେ...

ଖାଦ୍ୟରେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଓ ଡାଇବେଟିସ୍‌ ନିୟନ୍ତ୍ରଣ

ତେବେ ଜି.ଆଇ. ମୂଲ୍ୟ ପ୍ରାୟତଃ ବ୍ୟବହୃତ ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ ଖାଦ୍ୟଦ୍ରବ୍ୟରେ କାର୍ବୋହାଇଡ୍ରେଟ୍‌ର ପରିମାଣରେ ପରିଲକ୍ଷିତ ହୋଇଥାଏ ଖୁବ୍‌ ବିଭିନ୍ନତା। ତେଣୁ ରକ୍ତ ଗ୍ଲୁକୋଜ...

ସ୍ନାନ ପୂର୍ବରୁ ତୈଳ କାହିଁକି ଲଗାନ୍ତି ଜାଣନ୍ତୁ…

ସାମ୍ପ୍ରତିକ ପରିସ୍ଥିତିରେ ସମାଜରେ ଏକ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି। ଦୈନନ୍ଦିନ ଆହାରବିହାର, ଖାଦ୍ୟପେୟ, ପୋଷାକ ପରିଧାନ ଆଦି ବାହ୍ୟ ଦେଶର ଚାଲିଚଳଣି ଚାକଚକ୍ୟକୁ ଅନୁକରଣ କରିବା...

ବର୍ଷ ୨୦୨୪ ଶେଷ ହେବା ପୂର୍ବରୁ କରି ନିଅନ୍ତୁ ଏହି କାମ: ୨୦୨୫ରେ ଚମକିବ ଭାଗ୍ୟ, ବର୍ଷ ସାରା ରହିବନି ଟଙ୍କାର ଅଭାବ

ନୂଆ ବର୍ଷ ନିଜ ସହ କିଛି ନୂଆ ଆଶା ନେଇ ଆସିଥାଏ। ଆଉ ଦିନ କେଇଟାରେ ୨୦୨୪ ବିଦାୟ ନେବ। ଏମିତିରେ ସମସ୍ତେ ଚାହାନ୍ତି ନୂଆ...

ବୟସ ୫୦ ଟପିଲେ କ’ଣ ହୁଏ ଜାଣି ରଖନ୍ତୁ…

ଆଲଜିମର୍ସ ରୋଗ ପ୍ରାୟ ୫୦ ବର୍ଷ ବୟସ ପରେ ପ୍ରକାଶପାଏ। ରୋଗ ହେଲେ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକରେ ବିଟା-ଆମିଲଏଡ୍‌ ନାମକ ଏକ ପ୍ରୋଟିନ୍‌ ଖଣ୍ଡମାନ ଜମିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri