ରେନିଡେ ମେକ୍‌ଅପ୍‌

ଯୁବତୀ ହୁଅନ୍ତୁ ଅବା ମହିଳା, କାହାକୁ ବିନା ମେକ୍‌ଅପ୍‌ରେ ଦେଖିବା ମୁସ୍କିଲ୍‌। ମେକ୍‌ଅପ୍‌ ବିନା ଯେମିତି ସେମାନଙ୍କ ପର୍ସନାଲିଟିରେ ଆଞ୍ଚ ଆସିଥାଏ। ତେବେ ବର୍ଷାଦିନେ ପାଣି ସଂସ୍ପର୍ଶରେ ଆସି ମେକ୍‌ଅପ୍‌ ଧୋଇଯାଉଥିବାରୁ ଅନେକଙ୍କର ଚିନ୍ତା ବଢ଼ିଯାଇଥାଏ। ଏମିତିରେ କେଉଁଭଳି ମେକ୍‌ଅପ୍‌ ନେଲେ ବର୍ଷାଦିନେ ତାହା ଶୀଘ୍ର ଖରାପ ହେବ ନାହିଁ ଜାଣିରଖନ୍ତୁ…

ଓ୍ବାଟରପ୍ରୁଫ୍‌ ଫାଉଣ୍ଡେଶନ ଏଦିନ ପାଇଁ ସବୁଠୁ ଭଲ ଅପ୍ସନ। କ୍ରିମ୍‌ ଫାଉଣ୍ଡେଶନ୍‌ ନ ଲଗାଇ ଜେଲ୍‌ ବେସ୍‌ ଫାଉଣ୍ଡେଶନ ଲଗାନ୍ତୁ। ମନେରଖନ୍ତୁ ଏଦିନେ ଫାଉଣ୍ଡେଶନ୍‌ ମୋଟା ଲେୟାରରେ ଆଦୌ ନ ଲଗାଇ ପତଳା କରି ଲଗାନ୍ତୁ ଏବଂ ୩ ମିନିଟ୍‌ ଶୁଖିବାକୁ ଛାଡ଼ି ଦିଅନ୍ତୁ।
ବର୍ଷାଦିନେ ନିଜ ଆଇ ମେକ୍‌ଅପ୍‌କୁ ଲାଇଟ୍‌ ଏବଂ ବୋଲ୍ଡ ରଖିବାକୁ ଚେଷ୍ଟା କରନ୍ତୁ। ଲାଭେଣ୍ଡର, କୋରାଲ ପିଙ୍କ୍‌ ଭଳି ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଏହା ଝାଳ ଲାଗି ବୋଳି ହେଲେ ବି ମେକ୍‌ଅପ୍‌ ଖରାପ ଲାଗି ନ ଥାଏ। ଓ୍ବାଟରପ୍ରୁଫ୍‌ କାଜଲ୍‌, ଲାଇନର୍‌ ଏବଂ ମସ୍କରା ବ୍ୟବହାର କରନ୍ତୁ। ଆଖିର ମେକ୍‌ଅପ୍‌ ଠିକ୍‌ ରହିଲେ ମଧ୍ୟ ମୁହଁ ଆକର୍ଷଣୀୟ ଲାଗିଥାଏ।
ସେହିପରି ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ ମେଲ୍ଟ ପ୍ରୁଫ୍‌ ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଲିପ୍‌ ଗ୍ଲସ୍‌ ଆଦୌ ଲଗାନ୍ତୁ ନାହିଁ। ଟିଣ୍ଟେଡ୍‌ ଲିପ୍‌ ବାମ୍‌, ମ୍ୟାଟ୍‌ କିମ୍ବା ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର କଲେ ତାହା ବର୍ଷାପାଣି ସଂସ୍ପର୍ଶରେ ଆସିଲେ ମଧ୍ୟ ଶୀଘ୍ର ଧୋଇ ନ ଥାଏ।
ଯଦି ହଠାତ୍‌ ବର୍ଷା ପାଣିରେ ଭିଜି ମେକ୍‌ଅପ୍‌ ଅଧା ଅଧା ଛାଡ଼ି ପ୍ୟାଚେସ୍‌ ଭଳି ଲାଗୁଥାଏ, ତେବେ ଓ୍ବେଟ୍‌ ଓ୍ବାଇପ୍‌ରେ ପୋଛି ବିବି କ୍ରିମ୍‌ ଲଗାଇ ପାରିବେ।
ସିମ୍ପଲ୍‌ ହେୟାର ଷ୍ଟାଇଲ୍‌ କରନ୍ତୁ। ନଚେତ୍‌ କମ୍ପ୍ଲିକେଟେଡ୍‌ ହେୟାର ଷ୍ଟାଇଲ୍‌ରେ ବର୍ଷା ପାଣି ପଡ଼ିଲେ ଦୀର୍ଘ ସମୟ ନ ଶୁଖି କେଶ ଖରାପ ହେବା ଆଶଙ୍କା ରହିଛି।