ବର୍ଷାଦିନ ସ୍ବାସ୍ଥ୍ୟଜନିତ ସମସ୍ୟା, ଖାଦ୍ୟପେୟ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଏପରି କିଛି ଜିନିଷ ରହିଛି, ଯାହାକୁ ବର୍ଷାଦିନେ ଖାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ସେ ସମ୍ପର୍କରେ ଜାଣନ୍ତୁ…

– ଏହି ଦିନରେ ତୁଳସୀ ପତ୍ରକୁ ଆପଣ ଚୋବାଇ ଖାଇପାରିବେ। ଏହା ସହ ଗୁଡ଼ କିମ୍ବା ମହୁ ମିଶାଇ ପିଇପାରିବେ। ନଚେତ୍‌ ଚା’ରେ ପକାଇ ହର୍ବାଲ ଟି’ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା ଥଣ୍ଡା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।

– ବର୍ଷାଦିନେ ଅଧିକ ମାତ୍ରାରେ ରସୁଣ ବ୍ୟବହାର କରିବା ଜରୁରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

– ଏହି ଦିନେ ପାଚିଲା ଆମ୍ବ ଖାଇବା ଆବଶ୍ୟକ। କାରଣ ଏହାଦ୍ୱାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ। ଏହା ଚର୍ମଜନିତ ସଂକ୍ରମଣରୁ ରକ୍ଷା କରିଥାଏ।

– ପଇଡ଼ ପାଣିକୁ ମଧ୍ୟ ପ୍ରତିଦିନ ବ୍ୟବହାର କରିବା ଫଳରେ ଅନେକ ଲାଭ ମିଳିଥାଏ। ପେଟଜନିତ ଅନେକ ସମସ୍ୟାରୁ ପଇଡ଼ପାଣି ବରଦାନ ସଦୃଶ। ଏହାକୁ ପିଇବା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।