Categories: ଜାତୀୟ

ଗ୍ଲେସିୟର ବିପତ୍ତିକୁ ଦୈବୀ ଦଣ୍ଡ କହିଲେ ରାଇନି ଗ୍ରାମବାସୀ

ନୂଆଦିଲ୍ଲୀ, ୧୧।୨: ଗ୍ଲେସିୟର ଭାଙ୍ଗି ଉତ୍ତରାଖଣ୍ଡର ଚାମୋଲିରେ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ରାଇନି ଗ୍ରାମର ସ୍ଥାନୀୟ ଲୋକେ ଓ ବରିଷ୍ଠ ବ୍ୟକ୍ତିମାନେ ଏହାକୁ ଦୈବୀ ଦଣ୍ଡ କହିଛନ୍ତି। ଗାଁ ମନ୍ଦିର ଉଚ୍ଛେଦରୁ ଏଭଳି ବିପର୍ଯ୍ୟୟ ହେଲା ବୋଲି ସେମାନେ ମତ ଦେଇଛନ୍ତି। ଦେବୀଙ୍କ କୋପରୁ ଅନେକ ଧନଜୀବନ ହାନି ଘଟିଲା। ୨୦୧୩ ଉତ୍ତରାଖଣ୍ଡ ବନ୍ୟା ବେଳେ ମଧ୍ୟ ଲୋକମୁଖରେ ଏଭଳି ମତ ପ୍ରକାଶ ପାଇଥିଲା। ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ପାଇଁ ରୁଦ୍ରପ୍ରୟାଗ ଜିଲାର ଶ୍ରୀନଗର ନିକଟରେ ଧାରୀ ଦେବୀ ମନ୍ଦିର ସ୍ଥାନାନ୍ତର କରାଯାଇଥିଲା। ଏହି ଦେବୀ ଚାର୍‌ଧାମ ଯାତ୍ରୀଙ୍କ ରକ୍ଷାକର୍ତ୍ତ୍ରୀ ଭାବେ ପୂଜିତ ହେଉଥିଲେ। ତାଙ୍କୁ ସ୍ଥାନାନ୍ତର କରାଯିବାରୁ ବନ୍ୟା ଆସିଲା ବୋଲି ସେତେବେଳେ କୁହାଯାଇଥିଲା।

Share