Categories: ଜାତୀୟ

ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର: ୨ପାଇଲଟ ମୃତ

ରାୟପୁର,୧୨।୫: ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ହେଲିକପ୍ଟର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ୨ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ପାଇଲଟ ହେଲେ ଏପି ଶ୍ରୀବାସ୍ତବ ଓ କ୍ୟାପଟେନ୍‌ ଗୋପାଳ କୃଷ୍ଣ ପଣ୍ଡା। ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟା ୧୦ ମିନିଟ୍‌ରେ ଅଭ୍ୟାସ କରିବା ସମୟରେ ଶ୍ରୀବାସ୍ତବ ଓ କ୍ୟାପଟେନ୍‌ ଗୋପାଳ କୃଷ୍ଣ ହେଲିକପ୍ଟରକୁ ଅବତରଣ କରାଉଥିଲେ। ହେଲେ ସେହି ସମୟରେ ହେଲିକପ୍ଟରଟି କ୍ରାଶ୍‌ ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ରାମକୃଷ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟପଟେ ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ଟୁଇଟ୍‌ କରି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

Share